ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ରାଜସ୍ଥାନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ମହାରାଷ୍ଟ୍ରରେ 4ଟି ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ 2 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଦ୍ବାରା ମହାରାଷ୍ଟ୍ରରେ କୋରୋନା ପୀଡିତଙ୍କ ସଂଖ୍ୟା 26କୁ ବୃଦ୍ଧି ପାଇଛି । ସେହିଭଳି ରାଜସ୍ଥାନରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 4କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ କୋରୋନାକୁ ନେଇ ସାରା ଭାରତରେ ହାଇଆଲର୍ଟ ଜାରି କରାଯାଇଛି । ସରକାର ବିଭିନ୍ନ ସ୍କୁଲ କଲେଜ ବନ୍ଦ କରିବା ସହ ସର୍ବସାଧାରଣ ସ୍ଥାନରେ ଏକାଠି ହେବାକୁ ବାରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ 90ରୁ ଊର୍ଦ୍ଧ୍ବ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 2ଜଣଙ୍କ ମୃତ୍ୟୁ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ