ପାଟନା: ବିହାରରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଲୋକଙ୍କ ମଧ୍ୟରେ କୋରୋନା ଭୟ ମଧ୍ୟ ବଢିବାରେ ଲାଗିଛି। ପାଟନାର ମାଲସାଲାମିରେ 39 ବର୍ଷିୟ ବ୍ୟକ୍ତି କୋରୋନା ପଜିଟିଭ ବ୍ୟକ୍ତି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । କୋରୋନା ପଜିଟିଭ ହେବା ପରେ ବ୍ୟକ୍ତି ଜଣକ ଘରେ ଅଲଗା ରହୁଥିଲେ ।
ଏନେଇ ଘଟଣା ସମ୍ପର୍କରେ ତୁରନ୍ତ ପ୍ରଶାସନକୁ ସୂଚନା ଦିଆଯାଇଥିଲା, ପରେ 10 ଘଣ୍ଟା ପରେ ମୃତଦେହ ଘରୁ ବାହାର କରାଯାଇଥିଲା। କିଛି ଦିନ ପୂର୍ବରୁ ପାଟନାର ଏମ୍ସର ଦୁଇ ମହଲା କୋଠାରୁ ଡେଇଁ ଜଣେ କୋରୋନା ସଂକ୍ରମିତ ଆତ୍ମହତ୍ୟା କରିଥିଲେ ଏବଂ ବର୍ତ୍ତମାନ ପାଟନା ଠାରୁ ଆଉ ଏକ ମାମଲା ସାମ୍ନାକୁ ଆସିଛି।
ଏହି ମାମଲାରେ ମୃତକଙ୍କ ମା' କହିଛନ୍ତି ଯେ, 'ମୋ ପୁଅ ତାଙ୍କ ଶ୍ବଶୁର ଘରକୁ ଯାଇଥିଲେ । ସେଠାରେ ସେ କୋଭିଡ ଟେଷ୍ଟ କରିଥିଲା ଯେଉଁଥିରେ ତା ରିପୋର୍ଟ ପଜିଟିଭ ଆସିଥିଲା । ସେ ଗତ 12 ଦିନ ଧରି ଘରେ ରହିବା ସମୟରେ ଔଷଧ ଖାଉଥିଲା, କିନ୍ତୁ ତା ମନ ଭିତରେ ସବୁବେଳେ ଚାଲୁଥିଲା ଯେ ମତେ କୋରୋନା ହୋଇଯାଇଛି, ଏହା ପରେ ଆମେ କେହି ଘରେ ନଥିବାବେଳେ, ସେ ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି'।