କୋଲକାତା: କୋରୋନା ଆକ୍ରାନ୍ତ ଥିବା ଗର୍ଭବତୀ ମହିଳାଙ୍କ ନବଜାତ ଶିଶୁପୁତ୍ରର କୋରୋନା ରିପୋର୍ଟ ନେଗେଟିଭ । ପଶ୍ଚିମବଙ୍ଗର ଉଲୁବେରିଆର ସଞ୍ଜୀବନି ମେଡିକାଲରେ ଜଣେ କୋରୋନା ଆକ୍ରାନ୍ତ ଥିବା ଗର୍ଭବତୀ ମହିଳା ଏକ ସୁସ୍ଥ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଶିଶୁଟିର କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।
ଶିଶୁଟି ଗତ ଏପ୍ରିଲ 20ରେ ଜନ୍ମ ହୋଇଥିଲା । ଏହାପରେ ଶିଶୁର ରକ୍ତ ନମୂନା କୋରୋନା ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପରିବାର ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।
ଏପଟେ ମହିଳା ଜଣଙ୍କୁ ଶିଶୁଠାରୁ ଦୂରରେ ରଖାଯାଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ଶିଶୁଟିକୁ ସ୍ତନ୍ୟପାନ କରାଉଛନ୍ତି । ଶିଶୁଟିର କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଜାଣି
ଏପଟେ ମେଡିକାଲ କର୍ତ୍ତୃପକ୍ଷ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଏଥିସହ ଗାଇନୋକୋଲୋଜିଷ୍ଟଙ୍କ ଏକ ସ୍ପେସିଆଲ ଟିମ୍ ବାରମ୍ବାର ମହିଳାଙ୍କ ସ୍ବାସ୍ଥ୍ୟବସ୍ଥାର ପରୀକ୍ଷା କରୁଛନ୍ତି ।