ETV Bharat / bharat

ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 229କୁ ବୃଦ୍ଧି - corona outbreak in india

ଭାରତରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 229ରେ ପହଞ୍ଚିଛି । ଏଥି ମଧ୍ୟରେ 32 ଜଣ ବିଦେଶୀ ନାଗରିକ ରହିଥିବା ବେଳେ 23 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଅଧିକ ପଢନ୍ତୁ...

Corona positive cases in India increases to 229
ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 229କୁ ବୃଦ୍ଧି
author img

By

Published : Mar 20, 2020, 6:31 PM IST

ନୂଆଦିଲ୍ଲୀ: ଭାରତରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 229ରେ ପହଞ୍ଚିଛି । ଏଥି ମଧ୍ୟରେ 32 ଜଣ ବିଦେଶୀ ନାଗରିକ ରହିଥିବା ବେଳେ 23 ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କୋରୋନାରେ ମୋଟ 4ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କେରଳରେ ପୂର୍ବରୁ 25 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି 5 ଜଣ ଚିହ୍ନଟ ହୋଇଛନ୍ତି । ଏହା ଦ୍ବାରା କେରଳରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 30ରେ ପହଞ୍ଚିଛି । ସେହିପରି ଗୁଜୁରାଟରେ ଏହି ସଂଖ୍ୟା 7କୁ ବୃଦ୍ଧି ପାଇଥିବା ବେଳେ ହରିଆଣାରେ 5କୁ ବୃଦ୍ଧି ପାଇଛି ।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ 49 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କେରଳ 30ଟି ପଜିଟିଭ ସହ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ 22ଟି, ଦିଲ୍ଲୀରେ 16ଟି, ରାଜସ୍ଥାନ ଓ କର୍ଣ୍ଣାଟକରେ 15ଟି ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.