ଚଣ୍ଡିଗଡ: କୋରୋନା ସମୟରେ ଆଗଧାଡିର ଯୋଦ୍ଧା ମାନଙ୍କ ଭିତରେ ସର୍ବପ୍ରଥମେ ରହିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ । ସେମାନଙ୍କ ମଧ୍ୟରୁ ଏପରି କିଛି ଡାକ୍ତର ଅଛନ୍ତି ଯିଏ ଅତ୍ୟଧିକ ଟଙ୍କା ରୋଜଗାର କରିବା ଲକ୍ଷରେ ମାନବିକତା ଭୁଲି ଯାଉଛନ୍ତି । ଆଉ ଅର୍ଥାନ୍ଧ ହୋଇ କରିବସୁଛନ୍ତି ଅନେକ ଭୁଲ । ଏପରି ଏକ ଘଟଣା ସାମ୍ନାକୁ ଆଶିଛି ହରିୟାଣାର ଗୁରୁଗ୍ରାମରେ ।
କୋଭିଡ-19 ଚିକିତ୍ସା ପାଇଁ ସରକାର ସ୍ଥିର କରିଛନ୍ତି ନିର୍ଦ୍ଧାରିତ ଚିକିତ୍ସା ମୂଲ୍ୟ । କିନ୍ତୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନେଉଛନ୍ତି ମନମୁଖୀ ଟଙ୍କା । ମେଡିକାଲରେ ଜଣେ ଆକ୍ରାନ୍ତଙ୍କ ଚିକିତ୍ସା ବିଲ 28 ଲକ୍ଷ ଆସିଛି । ଆଉ ସବୁ ଟଙ୍କା ନ ଭରିଲେ ତାଙ୍କୁ ମେଡିକାଲରୁ ଡିସଚାର୍ଜ ମିଳିନି । ଯାହାକୁ ନେଇ ସେ ଆଇନର ଆଶ୍ରୟ ନେଇଛନ୍ତି ।
ମେଦାନ୍ତ ହସ୍ପିଟାଲ ଉପରେ ଅଭିଯୋଗ ରହିଛି ଯେ, ସେ ସମ୍ପୂର୍ଣ୍ଣ ଟଙ୍କା ନଦେବାରୁ ରୋଗୀକୁ ଡିସଚାର୍ଜ କରିନାହାଁନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇ ମେଦାନ୍ତରେ ଭର୍ତ୍ତି ହୋଇଥିଲେ, ହେଲେ 40 ଦିନ ଚିକିତ୍ସା ଭିତରେ ତାଙ୍କର 28 ଲକ୍ଷ ଟଙ୍କାର ବିଲ ଆସିଛି। ଯାହା ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଅଟେ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି ।
ଗୁରୁଗ୍ରାମରେ ଏହା ପ୍ରଥମ ଘଟଣା ନୁହେଁ । ଏଭଳି ମାମଲା ପୂର୍ବରୁ ମଧ୍ୟ ଅନେକ ଆସିଛି। କିନ୍ତୁ ବର୍ତ୍ତମାନ ଏହା ଦେଖାବାର କଥା ଯେ କୋରୋନା ସଙ୍କଟ ସମୟରେ ମଧ୍ୟ ଯଦି ଡାକ୍ତରଖାନା ଗୁଡୁକରେ ଏହି ଉପାୟରେ ଲୋକଙ୍କୁ ଲୁଟିବାରେ ଲାଗିବେ, ତେବେ ଭଗବାନଙ୍କ ଦ୍ବିତୀୟ ରୂପ କୁହାଯାଉଥିବା ଏହି ଡାକ୍ତରମାନଙ୍କ ଉପରେ କିଏ ବିଶ୍ୱାସ କରିବ?