ETV Bharat / bharat

କୋରୋନା କଟକଣା: 31 ଯାଏଁ ବନ୍ଦ 3,691 ଐତିହ୍ୟ ସ୍ଥଳ - monuments

31 ପର୍ଯ୍ୟନ୍ତ ବନ୍ଦ ରହିବ ଦେଶର ସମସ୍ତ ଐତିହ୍ୟ ସ୍ଥଳ । ଏହି ସ୍ଥାନକୁ ଯାଇ ପାରିବେନାହିଁ କୌଣସି ପର୍ଯ୍ୟଟକ । ଅଧିକ ପଢନ୍ତୁ...

monuments across india to remain closed
ଡିଜାଇନ ଫଟୋ
author img

By

Published : Mar 17, 2020, 9:57 AM IST

ନୂଆଦିଲ୍ଲୀ: ଆତଙ୍କ ବଢାଉଛି କୋରୋନା । ବର୍ତ୍ତମାନ ବିଶ୍ବର ବଡ ସମସ୍ୟା ହୋଇ ଛିଡା ହେଲାଣି ଏହି ଭାଇରସ । ଚୀନରୁ ଅନ୍ୟ ଦେଶ ସହ ଭାରତକୁ ବି କାବୁ କଲାଣି ଏହି ଭୂତାଣୁ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ କରାଯିବ ।

କୌଣସି ପର୍ଯ୍ୟଟକ ଏହି ସବୁ ସ୍ଥାନ ବୁଲି ପାରିବେ ନାହିଁ । କରୋନା ଭାଇରସ ବ୍ୟାପୁଥିବା ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି। ଖୁବଶୀଘ୍ର ଏନେଇ ବିଧିବଦ୍ଧ ନିର୍ଦ୍ଦେଶ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଦେଶରେ ମୋଟ 3,691 ସଂରକ୍ଷିତ ଐତିହ୍ୟ ସ୍ଥଳ ବନ୍ଦ ରହିବ ।

ଏପଟେ ମନ୍ତ୍ରୀସ୍ତରୀୟ ବୈଠକର ଆଲୋଚନା ଅନୁସାରେ ଏହିସବୁ ସ୍ଥାନ ପାଇଁ କଟକଣା ଲାଗୁ ହୋଇଛି । ବୈଠକରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସୋଶିଆଲ ଡିଷ୍ଟାନ୍ସିଂକୁ ଗୁରୁତ୍ବ ଦିଆଯାଇଛି । ଅର୍ଥାତ ଅଧିକ ଲୋକେ ଗୋଟିଏ ସ୍ଥାନରେ ଏକାଠି ହୋଇ ପାରିବେ ନାହିଁ । ଏପରିକି ସ୍କୁଲ ଓ ୟୁନିଭର୍ସିଟି ସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ,ଜିମ୍‌, ସଂଗ୍ରହାଳୟ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ, ସ୍ବିମିଂ ପୁଲ ଏବଂ ଥିଏଟର ଆଦି ସର୍ବସାଧାରଣ ସ୍ଥାନ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.