ETV Bharat / bharat

ଅରେଞ୍ଜ ଏବଂ ଗ୍ରୀନ ଜୋନ୍ ଅଞ୍ଚଳକୁ ସର୍ତ୍ତମୂଳକ ଛାଡ ଦେବେ କେରଳ ସରକାର - କେରଳ ନ୍ୟୁଜ

କେରଳରେ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନ୍ ଚିହ୍ନଟ ହୋଇଛି । ତେବେ ଏପ୍ରିଲ 20-24ଯାଏଁ ଅରେଞ୍ଜ ଏବଂ ଗ୍ରୀନ ଜୋନ ଅଞ୍ଚଳକୁ ସର୍ତ୍ତମୂଳକ ଭାବେ ସାମାନ୍ୟ ଛାଡ ଦେବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି ।

corona
ଅରେଞ୍ଜ ଏବଂ ଗ୍ରୀନ ଜୋନ୍ ଅଞ୍ଚଳକୁ ସର୍ତ୍ତମୂଳକ ଛାଡ ଦେବେ କେରଳ ସରକାର
author img

By

Published : Apr 18, 2020, 3:03 PM IST

ଥିରୁଅନନ୍ତପୁରମ: କୋରୋନା ଭାଇରସ ବ୍ୟାପିବାକୁ ଦୃଷ୍ଟିରେ ରଖି ଲକଡାଉନକୁ ମେ 3 ପର୍ଯ୍ୟନ୍ତ ସାରା ଦେଶରେ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ କେରଳରେ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନ୍ ଚିହ୍ନଟ ହୋଇଛି । ତେବେ ଏପ୍ରିଲ 20-24 ଯାଏଁ ଅରେଞ୍ଜ ଏବଂ ଗ୍ରୀନ ଜୋନ ଅଞ୍ଚଳକୁ ସର୍ତ୍ତମୂଳକ ଭାବେ ସାମାନ୍ୟ ଛାଡ ଦେବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହ ରେଡ୍ ଜୋନରେ ମେ 3 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ।

କେରଳର କାସରଗୋଡ, କନ୍ନୁର କୋଜିକୋଡେ ଏବଂ ମାଲାପୁରାମ ଜିଲ୍ଲାକୁ ରେଡ ଜୋନ୍, ପଠାନମିତ୍ର, ଏର୍ନାକୁଲମ୍ ଏବଂ କୋଲାମ ଅଞ୍ଚଳକୁ ଅରେଞ୍ଜ ଜୋନ୍, ଆଲାପୁଜା, ତ୍ରିଭାନ୍ଦ୍ରମ୍, ପାଲକ୍କଡ୍, ୱାୟାନାଡ୍, ଥ୍ରିସୁର ଅରେଞ୍ଜ ବି ଜୋନ୍ ଏବଂ କୋଟାୟାମ ଏବଂ ଇଡୁକି ଗ୍ରୀନ ଜୋନରେ ରଖାଯାଇଛି ।

ପ୍ରକାଶ ଥାଉକି, ଅନେକ ଦିନ ଧରି କୋରୋନା ଆକ୍ରାନ୍ତ ତାଲିକାରେ ଶୀର୍ଷରେ ଥିବା କେରଳ ବର୍ତ୍ତମାନ 10 ନମ୍ବରକୁ ଖସି ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେରଳରେ 395 ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ 250 ଲୋକ ସୁସ୍ଥ ହୋଇ ରକୁ ଫେରିଛନ୍ତି । ତେବେ କେରଳରେ କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.