ETV Bharat / bharat

ଗ୍ରୀଷ୍ମରେ ହାତବାନ୍ଧି ବସିଛନ୍ତି ବିକ୍ରେତା, କୋରୋନା ଉଜାଡିଦେଲା ଆଇସକ୍ରିମ୍ ବ୍ୟଵସାୟ - Corona Lockdown

ଦେଶବ୍ୟାପୀ ତାଲା ପଡିଥିବା ବେଳେ ଏହି ଗ୍ରୀଷ୍ମ ସମୟରେ ଆଇସକ୍ରିମ ବ୍ୟଵସାୟ କ୍ଷେତ୍ର ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବ୍ୟବସାୟ ୠତୁର ଚାରିମାସ ଉପରେ ନିର୍ଭର କରୁଥିବା ଶିଳ୍ପଟି କୋରୋନା ମହାମାରୀ ହେତୁ ପ୍ରାୟ ତରଳି ଯାଇଛି ବା ଧୋଇ ହୋଇଯାଇଛି।

Corona Lockdown: Ice cream industry melts down
ଗ୍ରୀଷ୍ମରେ ହାତବାନ୍ଧି ବସିଛନ୍ତି ବିକ୍ରେତା, କୋରୋନା ଉଜାଡିଦେଲା ଆଇସକ୍ରିମ୍ ବ୍ୟଵସାୟ
author img

By

Published : May 5, 2020, 3:31 PM IST

ମୋରଦାବାଦ: ତରଳି ଯାଉଛି ଚକୋ, ଷ୍ଟ୍ରବେରୀ, ଭାନିଲା-ଏମିତି ଯେତେସଵୁ ଫ୍ଲେବର୍। ନଷ୍ଟ ହେଉଛି ଡର୍ଜନ ଡର୍ଜନ ଆଇସକ୍ରିମ୍। ହାତ ବାନ୍ଧି ବସିଛନ୍ତି, ଶହ ଶହ ବିକ୍ରେତା। ବେପାର ପାଇଁ ଗ୍ରୀଷ୍ମରେ ପୁରା ଦମରେ ଅଣ୍ଟା ଭିଡିଥିବା ବେପାରୀ ଦିନ ଗଣୁଛି-କେଵେ ମହାମାରୀର ବିଲୋପ ଘଟିବ।

ଦେଶବ୍ୟାପୀ ତାଲା ପଡିଥିବା ବେଳେ ଏହି ଗ୍ରୀଷ୍ମ ସମୟରେ ଆଇସକ୍ରିମ ବ୍ୟଵସାୟ କ୍ଷେତ୍ର ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଶିଳ୍ପ ୠତୁର ଚାରିମାସ ଉପରେ ନିର୍ଭର କରୁଥିବା ଶିଳ୍ପଟି କୋରୋନା ଭାଇରସ୍ ମହାମାରୀ ହେତୁ ପ୍ରାୟ ତରଳି ଯାଇଛି ବା ଧୋଇ ହୋଇଯାଇଛି।

ବିବାହ ଏବଂ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମାର୍ଚ୍ଚ ମାସରୁ ଜୁନ୍ ମାସରେ ଆଇସ୍କ୍ରିମର ଚାହିଦା ବଢ଼ିଥାଏ। ତେବେ ଚଳିତ ବର୍ଷ ଚାହିଦା ହ୍ରାସ ପାଇଛି ଏବଂ କୋରୋନା ଭାଇରସ୍ ମହାମାରୀ ପରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଅଧିକନ୍ତୁ, ଯେଉଁ ବ୍ୟବସାୟୀମାନେ ଲକଡାଉନ୍ ପୂର୍ବରୁ ଆଇସକ୍ରିମ୍ ଷ୍ଟକ୍ କରିଥିଲେ, ସେମାନେ ଆଇସକ୍ରିମକୁ ଫ୍ରିଜରେ ସଂରକ୍ଷଣ କରିବା ପାଇଁ ପ୍ରତିଦିନ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି।

ଖୁଚୁରା ଆଇସକ୍ରିମ ବିକ୍ରେତାମାନେ ଆର୍ଥିକ ସଙ୍କଟ କାରଣରୁ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଆଇସକ୍ରିମ ବିକ୍ରେତାମାନେ ଗ୍ରୀଷ୍ମ ଦିନରେ ପ୍ରତିଦିନ 3000 ରୁ 4,000 ଟଙ୍କା ରୋଜଗାର କରୁଥିଲେ। ହୋଟେଲ ଏବଂ ରେଷ୍ଟୁରାଣ୍ଟ ପରି ବହୁଳ କ୍ରେତା ବନ୍ଦ ରହିଥିବାରୁ ବ୍ୟବହାର ହ୍ରାସ ପାଇଛି।

ମୋରଦାବାଦ ଜିଲ୍ଲାର ୬ ଜଣ ବ୍ୟବସାୟୀ ବର୍ଷକୁ 10 କୋଟି ଟଙ୍କା ମୂଲ୍ୟର ଆଇସକ୍ରିମ ବିକ୍ରୟ କରିବାରେ ସକ୍ଷମ ନୁହଁନ୍ତି। ସେମାନେ ସହର ଏବଂ ଗ୍ରାମରେ 1000 ରୁ ଅଧିକ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାନ୍ତି ଯେଉଁମାନେ ସଡ଼କ ଏବଂ ଗାଡ଼ିରେ ଆଇସ୍କ୍ରିମ୍ ବିକ୍ରି କରନ୍ତି ।

ଆର୍ଥିକ ଅସ୍ଥିରତାର ସମ୍ମୁଖୀନ ହେବା ପରେ ଖୁଚୁରା ବିକ୍ରେତାମାନେ ନିଜ ନିଜ ଗାଁକୁ ଫେରୁଛନ୍ତି। ମୋରଦାବାଦକୁ ରାଜ୍ୟର ଲାଲ୍ ଜୋନ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଅଧିକାଂଶ ଅଞ୍ଚଳକୁ ହଟସ୍ପଟ୍ ଭାବେ ଘୋଷଣା କରାଯାଇଛି । ଏଭଳି ପରିସ୍ଥିତିରେ ବ୍ୟବସାୟକୁ ପୁନଃର୍ଜୀବିତ କରିବାର କୌଣସି ଆଶା ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.