ETV Bharat / bharat

ଆଶ୍ରୟହୀନଙ୍କ ପାଇଁ ଭଗବାନ ପାଲଟିଲେ 'ମିତ୍ର ପୋଲିସ'

ଉତ୍ତରାଖଣ୍ଡର ଲକ୍ସର ଠାରେ ପୋଲିସ ନିଜର ଦାୟିତ୍ବ ବେଶ୍‌ ସଠିକ୍‌ ଢଙ୍ଗରେ ତୁଲାଉଛି । ରାସ୍ତାରେ ଥିବା ଅସହାୟ ଲୋକଙ୍କୁ ପୋଲିସ ତରଫରୁ ଖାଦ୍ୟ ଓ ମାସ୍କ ଦିଆ ଯାଉଛି । ଏଥିସହ ଲକ୍‌ ଡାଉନ୍‌ ଯୋଗୁଁ ଫସି ରହିଥିବା ଲୋକଙ୍କ ସାହାଯ୍ୟ କରୁଛନ୍ତି ମିତ୍ର ପୋଲିସ ।

author img

By

Published : Mar 26, 2020, 11:21 PM IST

corona-lock-down-police-helping-destitute-affected-by-lockdown-in-laksar
ଆଶ୍ରୟହୀନଙ୍କ ପାଇଁ ଭଗବାନ ପାଲଟିଲେ 'ମିତ୍ର ପୋଲିସ'

ଡେରାଡୁନ: କୋରୋନା ଭାଇରାସ ସହ ମୁକାବିଲା କରିବା ପାଇଁ 21ଦିନ ପାଇଁ ସାରା ଭାରତକୁ ଲକ୍‌ ଡାଉନ୍‌ କରାଯାଇଛି । ତେବେ ଏହି ଲକ୍‌ ଡାଉନ୍‌ ସମୟରେ ଆଶ୍ରୟହୀନଙ୍କ ଉପରେ ବେଶ୍‌ ପ୍ରଭାବ ପଡୁଛି । ତେବେ ଏପରି ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଲକ୍ସରରେ ମିତ୍ର ପୋଲିସ । ସେହି ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଅନ୍ବେଷଣରେ କୁଆଡେ ବୁଲିବାକୁ ଆଉ ପଡିବ ନାହିଁ, ପୋଲିସ ସେମାନଙ୍କୁ ପ୍ରତିଦିନ ଖାଦ୍ୟ ଯୋଗେଇ ଦେବେ ।

ଲକ୍ସରରେ ଉତ୍ତରାଖଣ୍ଡ ମିତ୍ର ପୋଲିସ ନିଜର ଦାୟିତ୍ବ ସମ୍ପୂର୍ଣ୍ଣ ରୂପେ ତୁଲାଉଛନ୍ତି । ରାସ୍ତାରେ ଥିବା ଅସହାୟ ଲୋକଙ୍କୁ ପୋଲିସ ପକ୍ଷରୁ ଭୋଜନ ଦିଆ ଯାଉଛି । ଏଥିସହ ଲକ୍‌ ଡାଉନ୍‌ ଯୋଗୁଁ ଫସି ରହିଥିବା ଲୋକଙ୍କ ସାହାଯ୍ୟ କରୁଛନ୍ତି ମିତ୍ର ପୋଲିସ ।

ଆମ ଦେଶରେ ଏପରି ଲୋକ ଅଛନ୍ତି ଯେଉଁମାନେ 2ଓଳିର ଖାଇବା ଖାଇ ପାରନ୍ତି ନାହିଁ । ତେବେ ଲକ୍ସରର ମିତ୍ର ପୋଲିସ ସେହିପରି ଲୋକଙ୍କୁ ଚିହ୍ନଟ କରି ତାଙ୍କ ପାଖରେ ଭୋଜନ ପହଞ୍ଚାଉଛନ୍ତି ।

ଲକ୍ସର କୋତଓ୍ବାଲି ଏସଏସଆଇ ଅଭିନବ ଶର୍ମା କହିଛନ୍ତି ଯେ, ଆଶ୍ରୟହୀନଙ୍କ ଘର ନଥିବାରୁ ସେମନାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କୁ ପୋଲିସ ପକ୍ଷରୁ ଖାଦ୍ୟ ଯୋଗେଇ ଦିଆଯାଉଛି ଓ ମାସ୍କ ମଧ୍ୟ ବଣ୍ଟା ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.