ନୂଆଦିଲ୍ଲୀ: କୋରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ସରକାର ପ୍ରୟାସ କରିବା ସହ ହସ୍ପିଟାଲରେ ପୃଥକ ୱାର୍ଡ ଖୋଲିବା ପାଇଁ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁସାରେ, ଦେଶେର ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା 2902 ରହିଥିବା ବେଳେ 183 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା 68ରେ ହିଁ ସୀମିତ ରହିଛି । ଅନ୍ୟପକ୍ଷେ 12 ଘଣ୍ଟାରେ ମୋଟ 355ଟି ନୂଆ ମାମଲା ସାମ୍ନାକୁ ଆସିଛି ।
ମହାରାଷ୍ଟ୍ର, ତେଲେଙ୍ଗାନା ଓ ଦିଲ୍ଲୀରେ ଅନେକ ମାମଲା ସାମ୍ନାକୁ ଆସିଛି । ସରକାରୀ ଅଧିକାରୀଙ୍କ କହିବାନୁସାରେ, ତବଲିଗୀ ଜମାତ କାର୍ଯ୍ୟକ୍ରମରୁ ସାମ୍ନାକୁ ଆସିଥିବା ମାମଲା କାରଣରୁ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତବଲିଗି ଜମାତରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ 647ଜଣଙ୍କୁ କୋରୋନା ପଜିଟିଭ୍ ପାଇଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ପ୍ରତିଦିନ ପ୍ରେସ କନଫରେନ୍ସ କରି ଏହି ସୂଚନା ଦେଉଛନ୍ତି । ଏହିସବୁ ସଂକ୍ରମିତ ଲୋକ ଆସାମ, ଆଣ୍ଡାମାନ ନିକୋବର, ଦିଲ୍ଲୀ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିୱାଲ ଏବେ ବି ସାମୁଦାୟିକ ସଂକ୍ରମଣ ନ ଘଟୁଥିବା ସୂଚନା ଦେଇଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା 386ରେ ପହଞ୍ଚିଛି । ଅନ୍ୟପକ୍ଷେ ମହାରାଷ୍ଟ୍ରରେ 490, ତାମିଲନାଡୁରେ 411 ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ