ନୂଆଦିଲ୍ଲୀ: ସାରା ବିଶ୍ବରେ ହାହାକାର ମଚାଇଛି କୋରୋନା । ଏନେଇ ସମଗ୍ର ଦେଶକୁ ଆସନ୍ତା 21 ଦିନ ପର୍ଯ୍ୟନ୍ତ କରାଯାଇଛି ଲକଡାଉନ୍ । ଆବାଳ ବୃଦ୍ଧ ବନିତା ସମସ୍ତେ ନିଜ ଘରେ ହୋଇଛନ୍ତି ବନ୍ଦୀ । ତେବେ ଏସବୁରେ ଅଧିକ ପ୍ରଭାବିତ ହୋଇଛନ୍ତି ଦରିଦ୍ର ଶ୍ରେଣୀର ଲୋକେ ।
ଗୋଟିଏପଟେ କୋଭିଡ-19 ପାଇଁ ଦେଶବ୍ୟାପୀ ତାଲା ପଡିଥିବା ବେଳେ ଦ୍ବାରକା ସେକ୍ଟର ନିକଟସ୍ଥ ମହାବୀର ଏନକ୍ଲେଭ ଅଞ୍ଚଳରେ ଗରିବ ଲୋକଙ୍କୁ ଆରଏସଏସ (ରେସିଡେଣ୍ଟ ୱେଲଫେୟାର ଆସୋସିଏସନ) ସଦସ୍ୟମାନେ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । ଏଥିରେ ସେମାନେ ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଖାଇବା ପାଇଁ ଦେବ ।
@ANI