ETV Bharat / bharat

କୋରୋନା ଭୟ: ଖାଁ ଖାଁ ରାୟପୁର ବିମାନବନ୍ଦର, ସପ୍ତାହରେ ଉଡାଣ ଭରିଛି 33ଟି ବିମାନ - ସପ୍ତାହରେ ଉଡାଣ ଭରିଛି 33ଟି ବିମାନ

ଏହି ଏକ ସପ୍ତାହରେ ମୋଟ 3 ହଜାର 838 ଯାତ୍ରୀ ରାୟପୁରରେ ପହଞ୍ଚିଛନ୍ତି ଏବଂ 2 ହଜାର 56 ଜଣ ଯାତ୍ରୀ ଏଠାରୁ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଭୟ: ଖାଁ ଖାଁ ରାୟପୁର ବିମାନ ବନ୍ଦର, ସପ୍ତାହରେ ଉଡାଣ ଭରିଛି 33ଟି ବିମାନ

author img

By

Published : Jun 2, 2020, 2:54 PM IST

ରାୟପୁର: କୋରୋନା ଭାଇରସ କାରଣରୁ ଲକଡାଉନ ପାଇଁ ବିମାନ ସେବା ବନ୍ଦ ରହିଥିଲା । ଯଦିଓ ଘରୋଇ ବିମାନ ସେବା ମେ 25ରୁ ଆରମ୍ଭ ହୋଇସାରିଛି, ହେଲେ କୋରୋନା ସଂକ୍ରମଣର ଭୟ ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ସାରା ଦେଶରେ ବିମାନ ସେବା ଆରମ୍ଭ ହେବା ସହିତ ଗତ ସପ୍ତାହରେ ଛତିଶଗଡର ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ ଯାତ୍ରୀବାହୀ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଥିଲା ।

ଏହି ଏକ ସପ୍ତାହରେ ମୋଟ 3 ହଜାର 838 ଯାତ୍ରୀ ରାୟପୁରରେ ପହଞ୍ଚିଛନ୍ତି ଏବଂ 2 ହଜାର 56 ଜଣ ଯାତ୍ରୀ ଏଠାରୁ ଯାତ୍ରା କରିଛନ୍ତି । ଏହି ସପ୍ତାହ ମଧ୍ୟରେ ରାୟପୁର ବିମାନବନ୍ଦରରେ ସମୁଦାୟ 33 ଯାତ୍ରୀବାହୀ ବିମାନ ପହଞ୍ଚିଥିବାବେଳେ, 33ଟି ରାୟପୁରରୁ ଉଡାଣ ଭରିଛି ।

ରାୟପୁର ବିମାନବନ୍ଦରର ନିର୍ଦ୍ଦେଶକ ରାକେଶ ସହାୟ କହିଛନ୍ତି ଯେ, ଯେତିକି ସଂଖ୍ୟାରେ ଯାତ୍ରୀମାନେ ଗତ ଏକ ସପ୍ତାହ ମଧ୍ୟରେ ରାୟପୁର ବିମାନବନ୍ଦରରୁ ଯାତ୍ରା କରିଛନ୍ତି, ଲକଡାଉନ ପୂର୍ବରୁ ଏହି ସଂଖ୍ୟାର ଯାତ୍ରୀ ଗୋଟିଏ ଦିନରେ ଯାତ୍ରା କରୁଥିଲେ । ସେ କହିଛନ୍ତି ଯେ, ପୂର୍ବରୁ ପ୍ରଥମ ଏକ ଦିନରେ ପ୍ରାୟ 3500 ଯାତ୍ରୀ ରାୟପୁର ବିମାନବନ୍ଦରରୁ ଯାଉଥିବାବେଳେ 3500 ଯାତ୍ରୀ ରାୟପୁରରେ ପହଞ୍ଚିଥିଲେ ।

ରାୟପୁର ବିମାନବନ୍ଦରରେ କେନ୍ଦ୍ର ସରକାରଙ୍କ ସମସ୍ତ ଆବଶ୍ୟକୀୟ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରାଯାଉଛି। ମେ 25 ରୁ ଆରମ୍ଭ ହୋଇଥିବା ଘରୋଇ ବିମାନ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହେଉଛି । ନୂତନ ନିୟମ ଅନୁଯାୟୀ, ଆରୋଗ୍ୟ ସେତୁ ଆପ ବର୍ତ୍ତମାନ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ମୋବାଇଲରେ ରହିବା ଜରୁରୀ । କେବଳ ଗ୍ରୀନ ଷ୍ଟେଟ ଥିବା ଯାତ୍ରୀମାନଙ୍କୁ ବିମାନରେ ଯିବାକୁ ଅନୁମତି ଦିଆଯାଉଛି । ଏଥି ସହିତ ବିମାନବନ୍ଦରରେ ସାମାଜିକ ଦୂରତାର ନିୟମ ମଧ୍ୟ ପାଳନ କରାଯାଉଛି । ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ନିରନ୍ତର ସ୍କ୍ରିନିଂ କରୁଛନ୍ତି । ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ଟଙ୍କା ଦେଇ କ୍ବାରେଣ୍ଟାଇନର ବ୍ୟବସ୍ଥା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.