ଚେନ୍ନାଇ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 70 ହଜାର ପାଖାପାଖି ପହଞ୍ଚିଲାଣି । ଏଥିରୁ ମହାରାଷ୍ଟ୍ରରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି । ଏହା ପଛକୁ ତାମିଲନାଡୁ ଓ ଗୁଜରାଟରେ ଅବସ୍ଥା ସାଙ୍ଘାତିକ ହୋଇଛି ।
ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହି 2 ରାଜ୍ୟର ପଜିଟିଭ ସଂଖ୍ୟା 10 ହଜାର ଅଭିମୁଖେ ଆଗଉଛି । ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ସୋମବାର 798ଟି ନୂଆ କେସ ବାହାରିଛି । ଏହାସହ 6 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8000 ପାର କରି 8002 ଛୁଇଁଛି । ଏମାନଙ୍କ ମଧ୍ୟରୁ 5895ଟି ମାମଲା ଆକ୍ଟିଭ ରହିଛି । ଏହାସହ ମୋଟ 53 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 2051 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।
ଗୁଜରାଟରେ ଗତ 24 ଘଣ୍ଟାରେ 347ଟି ମାମଲା ସାମନାକୁ ଆସିଛି । ଏବେ ସୁଦ୍ଧା ଏଠାରେ 8542 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 2780 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏବେ ସୁଦ୍ଧା ମୋଟ 513 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଗୁଜରାଟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ସୌଜନ୍ୟ@ANI