ETV Bharat / bharat

ଗମ୍ଭୀର ହେଉଛି କୋରୋନା, ଅଧିକାଂଶ ରାଜ୍ୟରେ ଶତାଧିକ ଆକ୍ରାନ୍ତ - ଦିଲ୍ଲୀ କୋରୋନା ଅପଡେଟ

ଦିଲ୍ଲୀରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଗୋଟିଏ ଦିନରେ ସର୍ବାଧିକ 1024 ମାମଲା ବାହାରିଛି । ଅଧିକ ପଢନ୍ତୁ...

ଗମ୍ଭୀର ହେଉଛି କୋରୋନା, ଅଧିକାଂଶ ରାଜ୍ୟରେ ଶତାଧିକ ଆକ୍ରାନ୍ତ

author img

By

Published : May 28, 2020, 9:56 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଗମ୍ଭୀର ପାଲଟୁଛି । ଲକଡାଉନ ଚତୁର୍ଥ ପର୍ଯ୍ୟାୟ ସରିବାକୁ ବସିଲାଣି । ହେଲେ ଆକ୍ରାନ୍ତ ଥମିବାର ନାମ ନେଉନାହିଁ । ପ୍ରତିଦିନ ଶହ ଶହ ପଜିଟିଭ ବାହାରୁଛନ୍ତି । ବିଶେଷ କରି ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ନୂଆଦିଲ୍ଲୀରେ କୋରୋନା ସାଙ୍ଘାତିକ ରୂପ ନେଇଛି ।

corona cases increasing at every states in last 24 hours
ଗମ୍ଭୀର ହେଉଛି କୋରୋନା, ଅଧିକାଂଶ ରାଜ୍ୟରେ ଶତାଧିକ ଆକ୍ରାନ୍ତ

ଦିଲ୍ଲୀରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଗୋଟିଏ ଦିନରେ ସର୍ବାଧିକ 1024 ମାମଲା ବାହାରିଛି । ଆଗରୁ 24 ଘଣ୍ଟାରେ କେବେ ହେଲେ 1000 ଉପରେ ଆକ୍ରାନ୍ତ ବାହାରିନଥିଲେ । ଏବେ ସୁଦ୍ଧା ମୋଟ ଆକ୍ରାନ୍ତ 16 ହଜାର 281 ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି ଗତ 24 ଘଣ୍ଟାରେ ତାମିଲନାଡୁରେ 827ଟି ପଜିଟିଭ ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକ ମଧ୍ୟ ଅଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କର କହିଛନ୍ତି । ଏବେ ସୁଦ୍ଧା ତାମିଲନାଡୁରେ ମୋଟ ଆକ୍ରାନ୍ତ 19 ହଜାର 372 ଛୁଇଁଛି । ଶୁକ୍ରବାର ଦେଶର ଦ୍ବିତୀୟ ରାଜ୍ୟ ଭାବେ ଏହା 20 ହଜାର ପାର କରିବା ନିଶ୍ଚିତ ହୋଇଛି । ଏବେ ଯାଏଁ ଏଠାରେ 8676ଟି ଆକ୍ଟିଭ କେସ ରହିଛି । ସେହିପରି 10 ହଜାର 548 ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟ ସରକାର ମୋଟ୍ 4 ଲକ୍ଷ 55 ହଜାର 216 ସାମ୍ପଲ ପରୀକ୍ଷା କରିଥିବା ଜଣାପଡିଛି ।

ଗୁଜରାଟରେ ଗୁରୁବାର 367ଟି ନୂଆ ମାମଲା ବାହାରିଛି । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତ 15 ହଜାର 572 ପହଞ୍ଚିଛି । 24 ଘଣ୍ଟାରେ 22ଟି ମୃତ୍ୟୁ ସହ ମୋଟ୍ 960 ମୃତ୍ୟୁ ରେକର୍ଡ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିପରି ପଶ୍ଚିମବଙ୍ଗରେ ଗତ 24 ଘଣ୍ଟାରେ 344 ମାମଲା ସ୍ପଷ୍ଟ ହୋଇଛି । ଫଳରେ ମୋଟ ଆକ୍ରାନ୍ତ 4536 ଛୁଇଁଛି । 6ଟି ମୃତ୍ୟୁ ସହ ମୋଟ ସଂଖ୍ୟା 229 ପହଞ୍ଚିଛି ।

ଉତ୍ତରପ୍ରଦେଶରେ ଗୁରୁବାର 246 ଆକ୍ରାନ୍ତ ଚିହ୍ନଟ ହୋଇଛି । ଏଠାରେ ମୋଟ୍ ଆକ୍ରାନ୍ତ 6882 ପହଞ୍ଚିଛି । ସେଥିରୁ 2820 ଆକ୍ଟିଭ କେସ ରହିଛି । 4062 ଜଣ ଡିସଚାର୍ଜ ହୋଇଛନ୍ତି ଓ 189 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ୟୁପି ପ୍ରମୁଖ ସ୍ବାସ୍ଥ୍ୟ ସଚିବ କହିଛନ୍ତି । ରାଜସ୍ଥାନରେ ଗତ 24 ଘଣ୍ଟାରେ 251 କୋଭିଡ କେସ ବାହାରିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ 8067 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଲଗାତାର ଦ୍ବିତୀୟ ଦିନ ଜମ୍ମୁ ଓ କାଶ୍ମୀରରେ 100 ଉପରେ ମାମଲା ସ୍ପଷ୍ଟ ହୋଇଛି । ଗୁରୁବାର 115ଟି ନୂଆ କୋରୋନା କେସ ବାହାରିଛି । ଏଥିମଧ୍ୟରୁ ଜମ୍ମୁରେ 14 ଏବଂ କାଶ୍ମୀରରେ 101 ରହିଛନ୍ତି । ମୋଟ ଆକ୍ରାନ୍ତ 2036 ଏବଂ ଆକ୍ଟିଭ କେସ 1150 ରହିଛି । ସେହିପରି କର୍ଣ୍ଣାଟକରେ 115 ନୂଆ କୋଭିଡ 19 କେସ ସହ ମୋଟ ମାମଲା 2533 ଛୁଇଁଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.