ଭୁବନେଶ୍ବର: ରାଜଧାନୀରେ ରେକର୍ଡ ଭାଙ୍ଗୁଛି କୋରୋନା । 20 ହଜାର ପାର ହେଲା ମୋଟ ସଂକ୍ରମଣ । ଆଜି ଗୋଟିଏ ଦିନରେ ଏଠାରୁ 326 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣରେ ବୃଦ୍ଧି ଘଟୁଛି । ଅନ୍ୟପଟେ ଶୁକ୍ରବାର ଭୁବନେଶ୍ବରରେ 392 ଜଣ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 70 ଜଣ ଥିବାବେଳେ ଲୋକାଲ ସଂକ୍ରମଣ 256 ରହିଛି । ଚିହ୍ନଟ 70 ଜଣ ସଂକ୍ରମିତଙ୍କ ମଧ୍ୟରୁ 4ଜଣ ୟୁନିଟ-5 ଅଞ୍ଚଳର ହୋଇଥିବାବେଳେ 4ଜଣ ବ୍ରହ୍ମେଶ୍ବର ପାଟଣା, 3 ଜଣ ବରମୁଣ୍ଡା, 2 ଜଣ ଡମଣା, 4 ଜଣ ଗୌରୀ ନଗର, 4 ଜଣ ଜଗନ୍ନାଥ ବିହାର, 3 ଜଣ ଶୈଳେଶ୍ରୀ ବିହାର ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ସ୍ଥାନୀୟ ସଂକ୍ରମଣ 256 ମଧ୍ୟରୁ 20 ଜଣ ପଟିଆ, 11 ନୟାପଲ୍ଲୀ, 7 ଜଣ ଚନ୍ଦ୍ରଶେଖରପୁର, 5 ଜଣ ବମୀଖାଲ, 4 ଜଣ ବ୍ରହ୍ମେଶ୍ବର ପାଟଣା, 5 ଜଣ ଭୀମଟାଙ୍ଗି, 8ଜଣ ବରମୁଣ୍ଡା, 4ଜଣ ବରଗଡ, 3 ଜଣ ଅଶୋକ ନଗର, 3 ଜଣ 7ମ ବାଟାଲିୟନ, 4 ଜଣ ଡୁମୁଡୁମା, 4 ଜଣ ଘାଟିକିଆ, 5 ଜଣ ୟୁନିଟ-3, 6 ଜଣ ଝାରପଡା, 4 ଜଣ ଖାରବେଳ ନଗର, 6 ଜଣ ୟୁନିଟ-8, 6 ଜଣ ପଳାଶୁଣି, 10 ଜଣ ୟୁନିଟ-9, 8 ଜଣ ଓଲ୍ଡ ଟାଉନ, 7 ଜଣ ରସୁଲଗଡ, 6 ଜଣ ଶୈଳେଶ୍ରୀ ବିହାରରୁ ଚିହ୍ନଟ କରାଯାଇଛି ।
ତେବେ ଶୁକ୍ରବାର ଭୁବନେଶ୍ବରରେ 392 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ରାଜଧାନୀରେ ମୋଟ 20,219 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ସୁସ୍ଥହାର 16,511 ଏବଂ 3,612 ଟି ସକ୍ରିୟ କେସ ରହିଛି । ଏଠାରେ 80 ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ