ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସିଆଲ୍ ବଙ୍ଗଳା ‘ବର୍ଷା’ ବାହାରେ ମୁତୟନ ଥିବା ଜଣେ ମହିଳା ପୋଲିସ ଅଧିକାରୀ COVID-19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କ୍ବାରେନଟାଇନ କରାଯାଇଛି ।
ପାଇଡୋନି ପୋଲିସ ଷ୍ଟେସନର ମହିଳା ପୋଲିସ ଇନ୍ସପେକ୍ଟର ଉଦ୍ଧବ ଠାକରେଙ୍କ ସୁରକ୍ଷା ପାଇଁ, ତାଙ୍କ ସରକାରୀ ବାସଭବନ ସାମ୍ନାରେ ନିୟୋଜିତ ଥିଲେ।
ପ୍ରକାଶଥାଉକି, ରାଜ୍ୟରେ COVID-19ର ମାମଲା ବୃଦ୍ଧି ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କୁ COVID-19 ପରୀକ୍ଷା କରାଯାଇଥିଲା।