ETV Bharat / bharat

ଆଧାର ବିନା କିଣି ପାରିବେ ସିମକାର୍ଡ - ସିମକାର୍ଡ

ଆଧାରକାର୍ଡ ବିନା କିଣି ପାରିବେ ସିମ କାର୍ଡ । ଆସନ୍ତା ମେ’ ପହିଲାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 26, 2019, 3:20 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଏଥର ଆଧାରକାର୍ଡ ବିନା ମିଳି ପାରିବ ସିମକାର୍ଡ । ସରକାର ବିନା ଆଧାରକାର୍ଡର ଡିଜିଟାଲ କେୱାଇସି ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଏହା ଦ୍ୱାରା ନୂଆ ସିମ୍‌ ଭେରିଫିକେସନ କରି ଆପଣଙ୍କ ନମ୍ବରକୁ 2 ଘଣ୍ଟା ମଧ୍ୟରେ ଉପଲବ୍ଧ ହୋଇଯିବ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୂରସଞ୍ଚାର କମ୍ପାନୀ ନୂଆ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି । ଏହି ନିୟମ ମେ ପହିଲାରୁ ଲାଗୁ ହେବାକୁ ଯାଉଛି ।

ବର୍ତ୍ତମାନ ଏହି ନୂଆ ନିୟମର ପରୀକ୍ଷଣ ଜାରି ରହିଛି । ନୂଆ ଗାଇଡ୍‌ ଅନୁଯାୟୀ, ଗ୍ରାହକଙ୍କୁ ପ୍ରଥମେ ଆପ୍ ଜରିଆରେ ଡିଜିଟାଲ ଭେରିଫିକେସନ କରିବାକୁ ପଡିବ । କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନରେ କରିବାକୁ ପଡିବ । ଏନେଇ ଦୂରସଞ୍ଚାର ବିଭାଗ ପକ୍ଷରୁ କୁହାଯାଇଛି, ଗୋଟିଏ ଦିନରେ ଗୋଟିଏ ଆଇଡି ଦୁଇଟି ସିମ୍‌ ଜାରି କରାଯିବ । ଗୋଟିଏ ଆଇଡି ରୁ ମୋଟ୍ 9ଟି ସିମ୍ ମିଳି ପାରିବ । ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଗ୍ରାହକଙ୍କୁ ଫାଇଦା ହେବ । ରାଜ୍ୟ ବାହାରେ ରହୁଥିବା ଗ୍ରାହକଙ୍କ ପାଇଁ ଓଟିପି ରେଫରେନ୍ସ ନମ୍ବରରେ ଦିଆଯିବ ବୋଲି ଦୂରସଞ୍ଚାର ବିଭାଗ କହିଛି।

Intro:
(ଆଙ୍କର)-ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ପ୍ରସିଦ୍ଧ ମାଆ ନାରାୟଣୀ ଙ୍କ ପୀଠ ଅନ୍ୟତମ । ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅଞ୍ଚଳରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଗୋଟିଏ ପଟେ ମାଆଙ୍କୁ ଦର୍ଶନ କରିବା ସହ ଏଠାକାର ବଣ ପାହାଡ ଘେରା ପ୍ରାକୃତିକ ଶୋଭାକୁ ସମସ୍ତେ ଉପଭୋଗ କରିଥାନ୍ତି ।

Body:(ଭି.ଓ-୧)ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ନାରାୟଣୀ ଙ୍କ ପୀଠ ଅନ୍ୟତମ ।ବଣ ପାହାଡ ଘେରା ପ୍ରାକୃତିକ ଶୋଭାରାଶି ମଧ୍ୟରେ ମାଙ୍କ ମନ୍ଦିର ରହିଥିବା ବେଳେ ଏହା ଅତ୍ୟନ୍ତ ପୁରାତନ ।କୁହାଯାଏ ମାଆ ନାରାୟଣୀ ଏଠାରେ ପ୍ରାୟ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପୁଜା ପାଇ ଆସୁଥିବା ବେଳେ ମାଆଙ୍କ ମୁଖ୍ୟ ପୀଠ ସମୁଖ ଭାଗରେ ହିଁ ପୁଜା ପାଇ ଆସୁଛନ୍ତି ନୀଳକଣ୍ଠଶ୍ବର ମହାଦେବ ।ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ମାଆଙ୍କ ନିକଟରେ ଦିନ ତମାମ ଆୟୋଜିତ ହୋଇଥାଏ ବିଭିନ୍ନ ପ୍ରକାର ପୁଜାର୍ଚ୍ଚନା । ପ୍ରାୟ ତିନି ଥର ମାଙ୍କ ନିକଟରେ ପୁଜାର୍ଚ୍ଚନା କରାଯାଇଥାଏ ।ନବରାତ୍ର ସମୟରେ ଏହି ସ୍ଥାନରେ ପ୍ରବଳ ଭିଡ ଜମୁଥିବା ବେଳେ ଅନ୍ୟବର୍ଷ ତମାମ ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତ ଙ୍କ ସମାଗମ ହୋଇଥାନ୍ତି ।
ବାଇଟ୍-ମୁଖ୍ୟ ପୁଜକ, ନାରାୟଣୀ ମନ୍ଦିର
(ଭି.ଓ-୨)-ମାଆ ଅଷ୍ଟଭୁଜା ରୂପେ ପୁଜା ପାଉଥିବା ବେଳେ ପ୍ରତ୍ୟେକ ସ°କ୍ରାନ୍ତି ଠାରୁ ଆରମ୍ଭ କରି ମଙ୍ଗଳବାର ଏବଂ ଶନିବାର ତୀର୍ଥରେ ଅଧିକ ଭିଡ ଜମିଥାଏ ।ମୁଖ୍ୟତଃ ଏହି ଅଞ୍ଚଳ ସ°ରକ୍ଷିତ ଜଙ୍ଗଲ ରହିଥିବା ବେଳେ ପ୍ରାୟ ୨୮ ଡେସିମାଇଲ ଜମି ରେ ଏହା ଅବସ୍ଥିତ । ଅନ୍ୟପଟେ ଏଠାରେ ରହିଥିବା ଝରଣା ରୁ ନିୟମିତ ଭାବରେ ଜଳ ଆସି ମନ୍ଦିର ନିକଟରେ ରହିଥିବା ବିରାଟ କୁଣ୍ଡରେ ଜମା ହୋଇ ରହୁଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳରେ ବ୍ୟବହାର କରାଯାଇଥାଏ ।ଏପରିକି ମାଆଙ୍କ ମନ୍ଦିର ନିକଟସ୍ଥ ରହିଥିବା ଏକ ଉଚ୍ଚା ସ୍ଥାନରେ ପୁଜା ପାଇ ଆସୁଛନ୍ତି ମାଆ ବନ ଦୁର୍ଗା ଙ୍କ ଏକ ମନ୍ଦିର ।ଯାହାକି ଏହାର ଅନ୍ୟତମ ଆକର୍ଷଣ । ମୁଖ୍ୟତଃ ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅଞ୍ଚଳରେ ଅବସ୍ଥିତ ଏହି ଅଞ୍ଚଳରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଗୋଟିଏ ପଟେ ମାଆଙ୍କୁ ଦର୍ଶନ କରିବା ସହ ଏଠାକାର ବଣ ପାହାଡ ଘେରା ପ୍ରାକୃତିକ ଶୋଭାକୁ ସମସ୍ତେ ଉପଭୋଗ କରିବା ସହ ଏଠାରେ ଗଣଭୋଜି କରାଯାଇଥାଏ । ହେଲେ ଏହି ପୁରାତନ ପର୍ଯ୍ୟଟନସ୍ଥଳୀ ପ୍ରତି ସେଭଳି ଆଖିଦୃଷ୍ଟିଆ ବିକାଶ ହୋଇପାରିନଥିବା କୁହାଯାଇଛି । ପର୍ଯ୍ୟଟକ ଙ୍କ ପାଇଁ ଏଠାରେ ଶୈଚାଳୟ ଟିଏ ନଥିବା ବେଳେ ବାହାରଙ ଆସୁଥିବା ପର୍ଯ୍ଯଟକ ରହିବା ନିମନ୍ତେ ପାନ୍ଥନିବାସର ଆବଶ୍ୟ୍ଯକତା ରହିଛି। ଏପରିକି ମନ୍ଦିର କମିଟି ପକ୍ଷରୁ ମନ୍ଦିରର ବିକାଶ ପାଇଁ ସେଭଳି ଦୃଷ୍ଟି ଦିଆଯାଉନଥିବା କହିଛନ୍ତି ମାଳି ସେବାୟତ ।ସେପଟେ ନାରାୟଣୀ ଭଳି ପୁରାତନ ପର୍ଯ୍ଯଟନ ସ୍ଥଳରେ ରହିଯାଇଥିବା କେତେକ ଗୁରୁତ୍ୱପୁର୍ଣ୍ଣ ବିଷୟକୁ ଦୃଷ୍ଟି ଦେବାକୁ ଦାବୀ କରାଯାଇଛି ।
ବାଇଟ୍-ଉଲ୍ଲାସ ମହାପାତ୍ର, (ପୁଜକ,ନାରାୟଣୀ ପୀଠ)
ବାଇଟ୍-ଡଲି ସୁବୁଦ୍ଧି(ପର୍ଯ୍ଯଟକ)

Conclusion:(ଫା.ଭି.ଓ)-ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ଅନେକ ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ଗତ ଫାଇଲିନ ର ବାତ୍ଯାପରେ ରାଜ୍ୟ ପର୍ଯ୍ୟଟକ ବିଭାଗ ମନ୍ଦିରକୁ ଯାତାୟତ କରିବା ପାଇଁ ପାହାଚ ଠାରୁ ଆରମ୍ଭ କରି କେତେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ।ଏଣୁ ପ୍ରସିଦ୍ଧ ନାରାୟଣୀ ଙ୍କ ପୀଠ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇଦିଆଗଲେ ଏହା ପର୍ଯ୍ୟଟକଙ୍କ ସ°ଖ୍ୟା ବୃଦ୍ଧିରେ ଅନେକ ସହାୟକ ହେବ ଵୋଲି ଆଶା କରାଯାଉଛି ।
ଗଞ୍ଜାମ ଜିଲ୍ଲାର ନାରାୟଣୀ ପିଠରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

ବି:ଦ୍ର-ଭିଜୁଆଲ -୧ ଏଫ୍.ଟି.ପି ରେ ,ଭିଜୁଆଲ-୨ ମୋଜୋ ରେ ଏବଂ ତିନୋଟି ବାଇଟ ମୋଜୋ ରେ ଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.