ହାଇଦ୍ରାବାଦ: ଦେଶର ଏକ ପ୍ରମୁଖ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ଅନ୍ୟତମ। ବର୍ତ୍ତମାନ ଏହାର ମୁଖ୍ୟ ହେଉଛନ୍ତି ଡ. ମୋହନ ରାଓ ଭାଗବତ। ଅନେକ ସମୟରେ ସେ ନିଜର ବୟାନ ପାଇଁ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଥାନ୍ତ। ହିନ୍ଦୁ ରାଷ୍ଟ୍ର ଗଠନ ହେଉ କିମ୍ବା ମୁସଲିମାନଙ୍କୁ ହିନ୍ଦୁ ବୋଲି କହିବା ଭଲି ଦେଇଥିବା ବୟାନକୁ ନେଇ ଚର୍ଚ୍ଚାରେ ଥାନ୍ତି । 1950ରେ ମହାରାଷ୍ଟ୍ରରେ ଜନ୍ମ ନେଇଥିବା ମୋହନ ଭାଗବତଙ୍କର କେବଳ ଗୋଟିଏ ଲକ୍ଷ, ‘ହିନ୍ଦୁ ରାଷ୍ଟ୍ର ଗଠନ’ ।
ନିକଟରେ ପୁଣି ଏକ ବିବାଦୀୟ ବୟାନ ପାଇଁ ବିରୋଧି କଂଗ୍ରେସ ଆଣିଛି ଆରୋପ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଆରଏସଏସର ମୁଖ୍ୟ ଯୋଗ ଦେଇ ସଂରକ୍ଷଣ ବିଷୟରେ ବୟାନ ରଖିଥିଲେ । ମୁଖ୍ୟ ମୋହନ ଭଗବତ କହିଥିଲେ, ‘ଯେଉଁମାନେ ସଂରକ୍ଷଣ ସପକ୍ଷରେ ଅଛନ୍ତି ସେମାନେ ସଂରକ୍ଷଣରେ ନଥିବା ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେବା ଜରୁରୀ ଓ ସଂରକ୍ଷଣ ସପକ୍ଷରେ ଥିବା ଲୋକେ ମଧ୍ୟ ଅନ୍ୟର ଇଚ୍ଛାକୁ ସମ୍ମାନ ଦେବେ’।
ତାଙ୍କର ଏହି ବୟାନକୁ କଂଗ୍ରେସ ବିରୋଧ କରି ଉଭୟ ଆରଏସଏସ ଓ ବିଜେପିକୁ ଦଳିତଙ୍କ ବିରୋଧି ବୋଲି ଦର୍ଶାଇଛି । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଅନେକ ଥର ଆରଏସଏସର ବୟାନକୁ ନେଇ ଚର୍ଚ୍ଚା ହୋଇଥାଏ । ନିମ୍ନରେ ସେପରି କିଛି ବିବାଦୀୟ ବୟାନ ବିଷୟରେ...
1. ଆରଏସଏସ ସର୍ବଦା ଗ୍ରାମୀଣ ଓ ସହରାଞ୍ଚଳକୁ ଭାଗ କରି, ଗ୍ରାମକୁ ଭାରତ ଓ ସହରଞ୍ଚାଳକୁ ଇଣ୍ଡିଆ ବୋଲି ସମ୍ବୋଧିତ କରିଥାଏ । ତେବେ 2013 ଜାନୁଆରୀ 4ରେ ଗ୍ରାମାଞ୍ଚଳରେ ଅପରାଧ ହେଉନାହିଁ ବୋଲି ମତ ରଖିଥିଲେ ମୋହନ ଭଗବତ । ସେ କହିଥିଲେ,‘ଗ୍ରାମାଞ୍ଚଳରେ ଦୁଷ୍କର୍ମ ଭଳି ଅପରାଧ ହୁଏ ନାହିଁ, ଏହା ସହରରେ ପ୍ରଚଳିତ ପ୍ରଥା ’।
2. ହିନ୍ଦୁ ଓ ମୁସଲିମ ଧର୍ମକୁ ନେଇ ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ବିରୋଧିଙ୍କ ଆରୋପର ଶିକାର ହୋଇଛନ୍ତି ଆରଏସଏସ ମୁଖ୍ୟ । 2017 ଫେବୃଆରୀ 8ରେ ଭାରତର ସମସ୍ତଙ୍କୁ ହିନ୍ଦୁ ବୋଲି ସମ୍ବୋଧନ କରିଥିଲେ। ହିନ୍ଦୁସ୍ଥାନରେ ରହୁଥିବା ସମସ୍ତେ ହିନ୍ଦୁ ଓ କେତେକ ଏହାକୁ ବିଶ୍ବାସ କରନ୍ତି ତ କେହି ବିଶ୍ବାସ ରଖନ୍ତି ନାହିଁ ବୋଲି କହିଥିଲେ । ଆମେରିକାରେ ସମସ୍ତଙ୍କୁ ଆମେରିକୀୟ, ଜର୍ମାନରେ ଜର୍ମାନୀ ଓ ହିନ୍ଦୁସ୍ଥାନରେ ହିନ୍ଦୁସ୍ ବୋଲି କହି ବିବାଦ ଘେରକୁ ଆସିଥିଲେ ।
3. ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ବୟାନ ରଖିଥିଲେ ମୋହନ ଭଗବତ । 2013 ଜାନୁଆରୀ 6ରେ ସ୍ବାମୀ-ସ୍ତ୍ରୀଙ୍କ ସମ୍ବନ୍ଧକୁ ନେଇ ଚର୍ଚ୍ଚା କରିଥିଲେ । ତାଙ୍କ ମତରେ ପତି-ପତ୍ନୀ ଏକ ବୁଝାମଣାରେ ସାଂସାରିକ ଜୀବନ ବିତାଇଥାନ୍ତି । ପତ୍ନୀ ଘରର ଯତ୍ନ ନେଉଥିବା ବେଳେ ପତି ସମସ୍ତ ଆବଶ୍ୟକତାର ଧ୍ୟାନ ରଖିବ । ଯେ ପର୍ଯନ୍ତ ପତ୍ନୀ ବିରୋଧ ନକରିଛି ସେ ଯାଏଁ ବୁଝାମଣା ଭଲରେ ଚାଲିବ ବୋଲି କହିଥିଲେ ଆରଏସଏସ ମୁଖ୍ୟ।
4. ଏପରିକି ମଦର ଟେରେସାଙ୍କୁ ନେଇ ମଧ୍ୟ ବିବାଦୀୟ ଜବାବ ରଖିଥିଲେ । 2015 ଫେବୃଆରୀ 23ରେ ମଦର ଟେରେସାଙ୍କ ମହତ୍ତ୍ବ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ,‘ ଲୋକଙ୍କ ସେବା କରିବା ଭଲ ମାତ୍ର ମଦର ଟେରେସା ଲୋକଙ୍କ ସେବା କରି ସେମାନଙ୍କୁ ଖ୍ରୀଷ୍ଟ ଧର୍ମରେ ପରିବର୍ତ୍ତନ କରାଉଥିଲେ ।’
5. 2015 ସେପ୍ଟେମ୍ବର 21ରେ ପୁଣି ସଂରକ୍ଷଣକୁ ନେଇ ବୟାନ ଦେଇଥିଲେ ମୋହନ ଭଗବତ । ସଂରକ୍ଷଣ ବ୍ୟବସ୍ଥା ରହିବା ଜରୁରୀ କି ନାହିଁ ସେଥିପାଇଁ ସାମାଜିକ ସର୍ଭେ କରିବା ଆବଶ୍ୟକ ବୋଲି କହିଥିଲେ ।
6. ହିନ୍ଦୁ ଓ ମୁସଲିମ ଧର୍ମକୁ ନେଇ ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ବିରୋଧିଙ୍କ ଆରୋପର ଶିକାର ହୋଇଛନ୍ତି ଆରଏସଏସ ମୁଖ୍ୟ । 2017 ଫେବୃଆରୀ 8ରେ ଭାରତର ସମସ୍ତଙ୍କୁ ହିନ୍ଦୁ ବୋଲି ସମ୍ବୋଧନ କରିଥିଲେ । ହିନ୍ଦୁସ୍ଥାନରେ ରହୁଥିବା ସମସ୍ତେ ହିନ୍ଦୁ ଓ କେତେକ ଏହାକୁ ବିଶ୍ବାସ କରନ୍ତି ତ କେହି ବିଶ୍ବାସ ରଖନ୍ତି ନାହିଁ ବୋଲି କହିଥିଲେ । ଆମେରିକାରେ ସମସ୍ତଙ୍କୁ ଆମେରିକୀୟ, ଜର୍ମାନରେ ଜର୍ମାନୀ ଓ ହିନ୍ଦୁସ୍ଥାନରେ ହିନ୍ଦୁସ୍ ବୋଲି କହି ବିବାଦ ଘେରକୁ ଆସିଥିଲେ ।
7. ଏପରିକି ମୁସଲିମଙ୍କୁ ମଧ୍ୟ ହିନ୍ଦୁ ବୋଲି କହିଥିଲେ । 2017 ଡିସେମ୍ବର 18ରେ ଆରଏସଏସ ମୁଖ୍ୟ କହିଥିଲେ,‘ ଭାରତରେ ସବୁ ମୁସଲମାନ ହିନ୍ଦୁ, ଆମେ କାହାର ଶତ୍ରୁ ନୁହେଁ, କେବଳ ଭାରତ ଭଲ ଚିନ୍ତା କରୁ । ଏପରି କହିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ହିନ୍ଦୁସ୍ଥାନର ନାମକୁ ସାର୍ଥକ କରିବା ଓ ବିଶ୍ବ ସ୍ଥରରେ ଦେଶକୁ ସୁଦୃଢ କରିବା । ’
8. 3 ଦିନରେ ଆର୍ମୀ ଗଠନ କରିପାରିବେ ବୋଲି ମଧ୍ୟ ଦୃଢୋକ୍ତି ଦେଇଥିଲେ ମୋହନ ଭଗବତ । 2018 ଫେବୃଆରୀ 11ରେ ଭାରତ ପାଇଁ ଲଢିବା ପାଇଁ 3ଦିନରେ ଆର୍ମୀ ଗଠନ କରିବାର କ୍ଷମତା ଆରଏସଏସ ପାଖରେ ଅଛି ବୋଲି କହିଥିଲେ ।