ETV Bharat / bharat

କୋରୋନା ଲଢେଇରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ପ୍ରମୁଖ: ହର୍ଷ ବର୍ଦ୍ଧନ - କୋରୋନା ଲଢେଇ

ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବିନା ଆମେ ମହାମାରୀ କୋଭିଡ-19 ବିରୋଧ ଲଢେଇରେ ଜିତି ପାରିବୁନାହିଁ । ଆନ୍ତର୍ଜାତୀୟ ନର୍ସ ବା ସେବିକା ଦିବସ ଅବସରରେ ଗଣମାଧ୍ୟମରେ ଆଲୋଚନା ସମୟରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ।

contribution of nurses and health workers in the fight against corona is incomparable
କୋରୋନା ଲଢେଇରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ପ୍ରମୁଖ: ହର୍ଷ ବର୍ଦ୍ଧନ
author img

By

Published : May 12, 2020, 9:34 PM IST

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ନର୍ସ ବା ସେବିକା ଦିବସ ଅବସରରେ ଦେଶର ବିଭିନ୍ନ ରାଜନୈତିକ ନେତା ମାନେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ଦେଶ ଲଢୁଥିବା ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଆଗଧାଡିର ଏହି ସେବିକା ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଅଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଗଣମାଧ୍ୟମରେ ଆଲୋଚନା ବେଳେ କହିଛନ୍ତି ଯେ, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବିନା ଆମେ ମହାମାରୀ କୋଭିଡ-19 ବିରୋଧ ଲଢେଇରେ ଜିତି ପାରିବୁନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁନିଆ ତୁଳନାରେ ଏହି ମହାମାରୀ ଲଢେଇରେ ଆମେ ଯେଉଁ ସଫଳତା ହାସଲ କରୁଛି ସେଥିରେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି । ନିଜ ଜୀବନକୁ ବିପଦରେ ପକାଇ ଏମାନେ ଯୋଦ୍ଧା ଭଳି ଲଢିଚାଲିଛନ୍ତି । ଏହି ଅବସରରେ ମୁଁ ସମସ୍ତ ନର୍ସ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଉଛି । ଏହାସହ କେନ୍ଦ୍ରମନ୍ତ୍ରୀ ଏହି ଲଢେଇ ନିଜ ଜୀବନ ହରାଇଥିବା ସେବିକାମାନଙ୍କୁ ମଧ୍ୟ ମନେ ପକାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.