ବେଙ୍ଗାଲୁରୁ: କର୍ଣ୍ଣାଟକରେ ପାର୍ଟି କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆନ୍ଦୋଳନ । ଇସ୍ତଫା ଦେଇଥିବା ବିଧାୟକଙ୍କୁ ଇସ୍ତଫା ପତ୍ର ପ୍ରତ୍ୟାହାର ପାଇଁ ଦାବି କରି କଂଗ୍ରେସ କର୍ମକର୍ତ୍ତାମାନେ ପାର୍ଟି ଅଫିସ ସାମ୍ନାରେ ଆନ୍ଦୋଳନ ଜାରି ରଖିଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀ ବେଙ୍ଗାଲୁରୁରେ ପହଞ୍ଚିବା ପୂର୍ବରୁ କଂଗ୍ରେସ ନେତା ତଥା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ଡିକେ ଶିବ କୁମାର ଜେଡିଏସ ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କୁ ଭେଟିଛନ୍ତି ।
କର୍ଣ୍ଣାଟକ ସରକାରରୁ 14 ଜଣ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ଭାଙ୍ଗିବା ନେଇ ଏବେ ବି ସସପେନ୍ସ ଲାଗି ରହିଛି ।