ETV Bharat / bharat

ଚାଇନା ଆପ୍ ଉପରେ ପ୍ରତିବନ୍ଧକକୁ ସ୍ବାଗତ କଲା କଂଗ୍ରେସ - ଟିକ୍‌ଟକ୍ ଆପ୍

ଟିକ୍‌ଟକ୍ ଆପ୍ ସମେତ ଭାରତୀୟ ମୋବାଇଲରେ ବ୍ୟବହୃତ 59 ଚାଇନିଜ ଆପ୍‌କୁ ବ୍ୟାନ କଲେ ଭାରତ ସରକାର । ଆଉ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ଚାଇନାର ଆପ୍ ଉପରେ ପ୍ରତିବନ୍ଧକକୁ ସ୍ବାଗତ କଲା କଂଗ୍ରେସ

author img

By

Published : Jun 30, 2020, 12:20 PM IST

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଚାଲିଥିବା ସଙ୍ଘର୍ଷ ଉପରେ ଚୀନକୁ କଡା ଯବାବ ଦେଇଛି ଭାରତ । ଟିକ୍‌ଟକ୍ ଆପ୍ ସମେତ ଭାରତୀୟ ମୋବାଇଲରେ ବ୍ୟବହୃତ 59 ଚାଇନିଜ ଆପ୍‌କୁ ବ୍ୟାନ କଲେ ଭାରତ ସରକାର । ଆଉ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କହିଛନ୍ତି ଯେ ଚୀନ୍ ସେନା ଦ୍ୱାରା ଭାରତୀୟ ସେନା ଉପରେ ହୋଇଥିବା ଆକ୍ରମଣର ପୃଷ୍ଠଭୂମିରେ ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେ ସ୍ୱାଗତ କରୁଛୁ। ଆମ ଅଞ୍ଚଳରେ ଅନୁପ୍ରବେଶ ଏବଂ ଚୀନ୍ ସେନା ଦ୍ୱାରା ଆମର ସଶସ୍ତ୍ର ବାହିନୀ ଉପରେ ଅପ୍ରତ୍ୟାଶିତ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେ ଆଶା କରୁଛୁ ଯେ ସରକାର ଅଧିକ ପ୍ରଭାବଶାଳୀ ପଦକ୍ଷେପ ନେବେ ବୋଲି ପଟେଲ ଟ୍ୱିଟରରେ କହିଛନ୍ତି ।

ଏପଟେ ‘ଚାଇନାର ଆପକୁ ବନ୍ଦ କରିବା ଏକ ଉତ୍ତମ ବିଚାର, କିନ୍ତୁ ଚାଇନାର ଟେଲିକମ୍ ଏବଂ ପିଏମ୍ କେୟାର ପାଣ୍ଠିରେ ଥିବା ଅନ୍ୟ କମ୍ପାନୀଗୁଡିକରୁ ମିଳିଥିବା ଟଙ୍କା ବିଷୟରେ କ’ଣ?’ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀ । ଆପଣଙ୍କୁ କହି ରଖୁଚୁ ଯେ, ଚୀନ୍ ସୀମାରେ ଅବରୋଧ ମଧ୍ୟରେ ଏହା ଏକ ବଡ ନିଷ୍ପତ୍ତି ନିଆଯାଇଛି । ଭାରତରେ 59 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ନିଷିଦ୍ଧ ହୋଇଥିବା ଆପଗୁଡ଼ିକ ମଧ୍ୟରେ ଟିକ୍ ଟକ୍, ୟୁସି ବ୍ରାଉଜର, ସେୟାରିଟି ଇତ୍ୟାଦି ଅଛି । ଏମାନଙ୍କ ବ୍ୟତୀତ ହେଲୋ, ଲାଇକି, କ୍ୟାମ ସ୍କାନର୍, ଶିନ୍ କ୍ୱାଇକୁ ମଧ୍ୟ ନିଷେଧ କରାଯାଇଛି। Baidu Map, KY, DU ବ୍ୟାଟେରୀ ସ୍କାନରକୁ ମଧ୍ୟ ନିଷେଧ କରାଯାଇଛି । ତେବେ ଆଇଟି ଆକ୍ଟ 2000 ଅନୁଯାୟୀ ସରକାର ଏହି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.