ନୂଆଦିଲ୍ଲୀ: କର୍ଣ୍ଣାଟକରେ ୧୫ ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏହାକୁ ଆଖି ଆଗରେ ରଖି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ 8 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁରୁବାର ଏହି ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଏଥିରେ ୟେଲ୍ଲାପୁର, ହିରେକେରୁର, ଚିକବଲ୍ଲାପୁର, କେଆର ପୁରା, ମହାଲକ୍ଷ୍ମୀ ଲେଆଉଟ୍, ହେସାକୋଟେ ଓ ହୁସୁଂର ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହା ତାଲିକାରେ ମୋହର ମାରିଛନ୍ତି ।
![by-elections-to-the-legislative-assembly-of-karnataka](https://etvbharatimages.akamaized.net/etvbharat/prod-images/4919610_letter.jpg)
କଂଗ୍ରେସ ଜାରି ତାଲିକା ଆନୁସାରେ ୟେଲ୍ଲାପୁର ଆସନରେ ଭିମନ୍ନା ନାଇକଙ୍କୁ, ବିଏଚ୍ ବନ୍ନିକୋଡଙ୍କୁ ହିରେକେରୁର, କେବି କେଲୱାଡଙ୍କୁ ରାନିବିନ୍ନୁର ଆସନରେ ପ୍ରାର୍ଥୀ କରିଛି । ସେହିପରି ଚିକବଲ୍ଲାପୁର ଆସନରୁ ସେ.ଏମ୍ ଅଞ୍ଜନପ୍ପା, କେଆପପୁରାରୁ ଏମ୍ ନାରାୟାଣାସ୍ବାମୀ, ମହାଲକ୍ଷ୍ମୀ ଲେଆଉଟ୍ରୁ ସେ ଏମ୍ ଶିବରାଜ, ହେସାକୋଟରୁ ପଦ୍ମାବତୀ ସୁରେଶ ଓ ହୁସିଂରୁରୁ ସେ ଏଚପି ମଞ୍ଜୁନାଥଙ୍କୁ ଦଳ ଟିକେଟ ଦେଇଛି ।
ଏବେ ଏହି 17 ଟି ସିଟରୁ 15 ଟି ସିଟ୍ରେ ଉପନିର୍ବାଚନ ହେବା ନେଇ ଘୋଷଣା କରାଯାଇଛି । ନିର୍ବାଚନ ଆୟୋଗ ମାସ୍କି ଓ ରାଜରାଜେଶ୍ବରୀ ସିଟ ପାଇଁ ଉପନିର୍ବାଚନ ଘୋଷଣା କରାଯାଇନି । କର୍ଣ୍ଣାଟକରେ ଭିଜେପି ସରକାର ପାଇଁ ଉପନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ ।
ଏଠାରେ ସୂଚନା ଯୋଗ୍ୟ ଯେ କଂଗ୍ରେସ-ଜେଡିୟୁ ମେଣ୍ଟର ଏହି ୧୫ ଜଣ ବିଦ୍ରୋହୀ ବିଧାୟକ ନିଜନିଜ ଦଳରୁ ଇସ୍ତଫା ଦେଇଥିଲେ। ଫଳରେ ସେମାନଙ୍କ ଆସନଗୁଡିକ ଖାଲି ପଡିଥିଲା। ପରେ ତତ୍କାଳୀନ ବାଚସ୍ପତି କେ.ଆର ରମେଶ କୁମାର ୧୭ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରେ ୧୩ ଜଣ କଂଗ୍ରେସର ଓ ୩ ଜଣ ଜେଡିଏସର ଓ ଜଣେ ସ୍ବାଧୀନ ବିଧାୟକ ଅନ୍ତର୍ଭୁକ୍ତ। ଏହି ଘଟଣା ପରେ ଜୁଲାଇରେ ଏଚ.ଡି କୁମାରସ୍ବାମୀଙ୍କ ନେତୃତ୍ବାଧୀନ କଂଗ୍ରେସ-ଜେଡିଏସ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା। ଆସ୍ଥା ଭୋଟରେ ହାରିବା ପରେ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ବି.ଏସ. ୟେଦିୟୁରପ୍ପାଙ୍କ ନେତୃତ୍ବରେ ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା।