ETV Bharat / bharat

ଏସପି-ବିଏସପି ମେଣ୍ଟକୁ ଝଟକା, ମେଣ୍ଟରେ ମିଶିବାକୁ କଂଗ୍ରେସର ନା

କଂଗ୍ରେସକୁ ମେଣ୍ଟରେ ସାମିଲ କରାଇବା ପାଇଁ ଏସପି-ବିଏସପି ମେଣ୍ଟର ନେତା ପ୍ରୟାସ କରୁଛନ୍ତି ବୋଲି ଜଣାପଡିଛି । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୀତିରେ ପ୍ରବେଶ ପରେ ୟୁପିର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆସିଛି । ଏହାକୁ ଲକ୍ଷ୍ୟ କରି ଏସପି-ବିଏସପିର ନେତାମାନେ କଂଗ୍ରେସକୁ ମେଣ୍ଟରେ ସାମିଲ କରିବାକୁ ଲାଗି ପଡିଛନ୍ତି।

author img

By

Published : Mar 5, 2019, 12:02 PM IST

ଡିଜାଇନ ଫଟୋ

ଲକ୍ଷ୍ନୌ: ପୁଣିଥରେ ୟୁପିରେ ମହାମେଣ୍ଟ ଗଢିବାର ସ୍ବପ୍ନକୁ ଲାଗିଲା ଝଟକା । ମେଣ୍ଟରେ ସାମିଲ ହେବାକୁ କଂଗ୍ରେସ କଲା ମନା । ସମାଜବାଦୀ ପାର୍ଟି(ଏସପି) ଓ ବହୁଜନ ସମାଜବାଦୀ ପାର୍ଟି(ବିଏସପି)ର ମେଣ୍ଟ କଂଗ୍ରେସର ଆସନ ସଂଖ୍ୟା ୨ରୁ ବୃଦ୍ଧି କରି ୯ କରିଥିଲେ କିନ୍ତୁ ଏଥିରେ ରାଜି ହେଲାନି କଂଗ୍ରେସ ।

ଏହି ବିଫଳତା ପରେ ମଧ୍ୟ କଂଗ୍ରେସକୁ ମେଣ୍ଟରେ ସାମିଲ କରାଇବା ପାଇଁ ଏସପି-ବିଏସପି ମେଣ୍ଟର ନେତା ପ୍ରୟାସ କରୁଛନ୍ତି ବୋଲି ଜଣାପଡିଛି । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୀତିରେ ପ୍ରବେଶ ପରେ ୟୁପିର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆସିଛି । ଏହାକୁ ଲକ୍ଷ୍ୟ କରି ଏସପି-ବିଏସପିର ନେତାକଂଗ୍ରେସକୁ ମେଣ୍ଟରେ ସାମିଲ କରିବାକୁଲାଗି ପଡିଛନ୍ତି ।

ଏସପି-ବିଏସପି ମେଣ୍ଟ ଦେଇଥିବା ଆସନରେ ସନ୍ତୁଷ୍ଟ ନୁହଁ କଂଗ୍ରେସ । କଂଗ୍ରେସ ଅଧିକ ଆସନ ଦାବି କରୁଛି । ଏହାପୂର୍ବରୁ ଏହି ମେଣ୍ଟ କଂଗ୍ରେସ ପାଇଁ ୨ଟି ମାତ୍ର ଆସନ ଛାଡିଥିଲା । ବର୍ତ୍ତମାନ କଂଗ୍ରେସକୁ ୯ଟି ଆସନ ଦେବା ରାଜି ହୋଇଛି ମେଣ୍ଟ । କିନ୍ତୁ କଂଗ୍ରେସ ସେମାନଙ୍କ ଅଫରକୁ ମନା କରିଦେଇଛି । କଂଗ୍ରେସ ମହାସଚିବ ପଦରେ ନିଯୁକ୍ତ ହେବା ପରେ ପ୍ରିୟଙ୍କା ଗାନ୍ଧୀ ୟୁପିରେ କ୍ରମାଗତ ଗସ୍ତ କରୁଛନ୍ତି । ଏହାସହ ସଙ୍ଗଠନକୁ ଦୃଢ କରିବା ପାଇଁ କାର୍ଯ୍ୟକର୍ତ୍ତା ଓ ନେତାଙ୍କ ସହ ଦିନରାତି ବୈଠକ କରୁଛନ୍ତି । ଏହାଫଳରେ ୟୁପିର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଦେଖାଦେଇଛି।

Intro:Body:

ଲିଙ୍ଗରାଜ ମନ୍ଦିରରେ ଜାଗର ପ୍ରସ୍ତୁତି 

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଆରାଧନା ଲାଗି ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ଶିବ ଦର୍ଶନ କରିବା ପାଇଁ ଶୈବପୀଠ ଆଗରେ ମଧ୍ୟରାତ୍ରରୁ ଧାଡି ଲଗାଇଛନ୍ତି ଶ୍ରଦ୍ଧାଳୁମାନେ । ସେହିପରି ଭୁବନେଶ୍ବର ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଭକ୍ତମାନେ ଦୂରଦୂରାନ୍ତରୁ ଆସିଛନ୍ତି । ଲିଙ୍ଗରାଜଙ୍କର ନୀତିକାନ୍ତି ଅନୁସାରେ ବିଧିବଦ୍ଧ ଭାବେ ଚାଲିଛି ପୂଜାର୍ଚ୍ଚନା । 

ଲିଙ୍ଗରାଜଙ୍କର ଦର୍ଶନ ପାଇଁ ମଧ୍ୟରାତ୍ରିରୁ  ଜମିଛି ଭକ୍ତଙ୍କ ଭିଡ । ଜାଗର ଓଷା କରିଥିବା ଶ୍ରଦ୍ଧାଳୁମାନେ ଦୀପ ଧୂପ ସହ ମନ୍ଦିର ବେଢ଼ାର ଚତୁପାର୍ଶ୍ବରେ ବସିଥିବା ଦେଖିବାକୁ ମିଳିଛି । ମହାଦ୍ବୀପ ଉଠିବା ପରେ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବୋଲି ଚାହିଁ ବସିଛନ୍ତି ଭକ୍ତମାନେ । 

ସେପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ପ୍ରକାରର ସୁବିଧା ରହିଛି ଭକ୍ତମାନଙ୍କ ପାଇଁ । ପିଇବା ପାଣିଠାରୁ ଆରମ୍ଭ କରି ଖରାରେ ଠିଆ ହୋଇଥିବ ଭକ୍ତମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ନେଇ ମଧ୍ୟ ବିଶେଷ ଧ୍ୟାନ ରଖାଯାଇଛି ।   

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.