ETV Bharat / bharat

ସିଡିଏସ ନିଯୁକ୍ତିକୁ କଂଗ୍ରେସର ବିରୋଧ

author img

By

Published : Dec 31, 2019, 8:33 PM IST

ସିଡିଏସ ପଦ ସରକାରଙ୍କ ଭୁଲ ନିଷ୍ପତ୍ତି। ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ପଦର ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ନେତା ଅନେକ ପ୍ରଶ୍ନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Congress questions appointment of chief defense staff
ସିଡିଏସ ନିଯୁକ୍ତିକୁ କଂଗ୍ରେସର ବିରୋଧ, ନିଷ୍ପତ୍ତିକୁ ଭୂଲ କହିଲେ ମନୀଷ ତିୱାରୀ

ନୂଆଦିଲ୍ଲୀ: ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ପଦ ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ପ୍ରଶ୍ନ । ସିଡିଏସ ପଦ ସରକାରଙ୍କ ଭୁଲ ନିଷ୍ପତ୍ତି ବୋଲି କଂଗ୍ରେସ ନେତା ମନୀଷ ତିୱାରୀ ଅଭିଯୋଗ କରିଛନ୍ତି ।

କଂଗ୍ରେସ ନେତା ତିୱାରୀ ଟ୍ବିଟ କରିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ସାମରିକ ପରାମର୍ଶଦାତାଙ୍କୁ ନିଯୁକ୍ତି କରିବା ପରେ ତିନି ସେନାର ମୁଖ୍ୟଙ୍କ ପକ୍ଷରୁ ସରକାରଙ୍କୁ ଦିଆଯାଉଥିବା ପରାମର୍ଶ ଉପରେ ଏହାର କ’ଣ ପ୍ରଭାବ ରହିବ। କ’ଣ ସିଡିଏସଙ୍କ ପରାମର୍ଶ ସେବା ପ୍ରମୁଖଙ୍କ ପରାମର୍ଶ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହେବ ବୋଲି ମନୀଷ ତିୱାରୀ ପ୍ରଶ୍ନ କରିଛନ୍ତି।

ସେ ଏହା ମଧ୍ୟ ଲେଖିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ତିନି ସେନାର ମୁଖ୍ୟ ନିଜ ରିପୋର୍ଟ ପ୍ରତିରକ୍ଷା ସଚିବ କିମ୍ବା ସିଡିଏସ ମାଧ୍ୟମରେ ଦେବେ କି? ଏହା ମଧ୍ୟ ପଚାରିଛନ୍ତି ଯେ, ପ୍ରତିରକ୍ଷା ସଚିବଙ୍କ ତୁଳନାରେ ସିଡିଏସଙ୍କ କ୍ଷମତା କ’ଣ ରହିବ? ନିୟମ 11 ଅନୁସାରେ ପ୍ରତିରକ୍ଷା ସଚିବ, ବିଭାଗୀୟ ମନ୍ତ୍ରଣାଳୟର ପ୍ରଶାସନିକ ପ୍ରମୁଖ ରହିବେ କି? ସେନା ମାମଲାରେ ପ୍ରସ୍ତାବିତ ବିଭାଗର ଅଧିକାର କ’ଣ ରହିବ। ଏମିତି ଅନେକ ପ୍ରଶ୍ନ ଟ୍ବିଟର ମାଧ୍ୟମରେ ସେ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

Congress questions appointment of chief defense staff
ସିଡିଏସ ନିଯୁକ୍ତିକୁ ନେଇ କେନ୍ଦ୍ରକୁ ମନୀଷ ତିୱାରୀଙ୍କ ପ୍ରଶ୍ନ

ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ। ସେ ତିନି ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.