ETV Bharat / bharat

ହାଥରସ ଘଟଣାକୁ ସମାଜ ପାଇଁ କଳଙ୍କର ଆଖ୍ୟା ଦେଲେ ସୋନିଆ - ସୋନିଆ ଗାନ୍ଧୀ ବୟାନ

ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଘଟଣାକୁ ନେଇ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ । ଅଧିକ ପଢନ୍ତୁ...

ହାଥରସ ଘଟଣାକୁ ସମାଜ ପାଇଁ କଳଙ୍କର ଆକ୍ଷା ଦେଲେ ସୋନିଆ

author img

By

Published : Sep 30, 2020, 10:54 PM IST

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପୀଡିତାଙ୍କ ସହ ଯେଉଁ ଅମାନବୀୟ କାମ ହୋଇଛି, ତାହା ସମାଜ ପାଇଁ କଳଙ୍କ ବୋଲି କହିଛନ୍ତି ସୋନିଆ ।

ଘଟଣାକୁ ନେଇ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାରଙ୍କୁ ଟାର୍ଗେଟ କରି ସୋନିଆ କହିଛନ୍ତି, ହାଥରସ ନିର୍ଭୟାର ମୃତ୍ୟୁ ହୋଇନାହିଁ, ବରଂ ତାକୁ ଏକ ନିଷ୍ଠୁର ସରକାର ହତ୍ୟା କରିଛି । ଉତ୍ତରପ୍ରଦେଶ ସରକାର ମାମଲାକୁ ଚପାଇ ଦେବାକୁ ପ୍ରୟାସ କରୁଛନ୍ତି । ଝିଅ ହେବା କଣ ପାପ ବୋଲି ପ୍ରଶ୍ନ କରିଛନ୍ତି ସୋନିଆ ।

କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି, ଉତ୍ତରପ୍ରଦେଶ ସରକାର କଣ କରୁଥିଲେ? ସପ୍ତାହେ ଯାଏଁ ପୀଡିତ ପରିବାରର ନ୍ୟାୟ ପାଇଁ ଚିତ୍କାର କରୁଥିଲେ ସୁଦ୍ଧା କେହି ଶୁଣି ନଥିଲେ । ସମୟ ମଧ୍ୟରେ ଝିଅକୁ ଉପଯୁକ୍ତ ଚିକିତ୍ସା ନମିଳିବାରୁ ସେ ଜୀବନ ହାରିଛି ।

ସେହିପରି ପୀଡିତାଙ୍କ ଅନ୍ତିମ ସଂସ୍କାର ଘଟଣାକୁ ନେଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି ସୋନିଆ । ସେ କହିଛନ୍ତି, ଯେତେବେଳେ ହାଥରସ ଝିଅ ଜୀବିତ ଥିଲା, ସେତେବେଳେ ସରକାର ତା କଥା ଶୁଣିନଥିଲେ। ତାଙ୍କୁ ସୁରକ୍ଷା ଦିଆଯାଇନଥିଲା। ମୃତ୍ୟୁ ପରେ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ନାହିଁ। ଜଣେ ମା' ଶେଷ ଥର ପାଇଁ ନିଜ ଝିଅକୁ ବିଦାୟ ଦେଇପାରିନଥିଲେ। ଏହା ଏକ ବଡ ପାପ ବୋଲି ସୋନିଆ ପ୍ରତିକ୍ରିୟା ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.