ETV Bharat / bharat

ଜୁନରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ, CWC ବୈଠକରେ ନିଷ୍ପତ୍ତି - କଂଗ୍ରେସ ନୂଆ ଅଧ୍ୟକ୍ଷ

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ଦଳକୁ ନୂଆ ଅଧ୍ୟକ୍ଷର ସନ୍ଧାନ ପ୍ରକ୍ରିୟା ପୁରା ହୋଇସାରିଛି ।ଭେନୁଗୋପାଳ କହିଛନ୍ତି, ଜୁନ 2021 ସୁଦ୍ଧା କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଯିବ । ଅଧିକ ପଢନ୍ତୁ...

ଜୁନରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ, CWC ବୈଠକରେ ନିଷ୍ପତ୍ତି

author img

By

Published : Jan 22, 2021, 7:25 PM IST

ନୂଆଦିଲ୍ଲୀ:କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ଦଳକୁ ନୂଆ ଅଧ୍ୟକ୍ଷର ସନ୍ଧାନ ପ୍ରକ୍ରିୟା ପୁରା ହୋଇସାରିଛି । ଦଳର ନେତା କେସି ଭେନୁଗୋପାଳ ସୂଚନା ଦେଇଛନ୍ତି ସଂଗଠନର ନିର୍ବାଚନ ମେ’ ମାସରେ କରାଇବାକୁ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ସହମତି ପ୍ରକାଶ କରିଛନ୍ତି । ହେଲେ ସମସ୍ତ ସଦସ୍ୟ ମିଶି ସୋନିଆ ଗାନ୍ଧୀଙ୍କ ଉପରେ ନିଷ୍ପତ୍ତି ଛାଡିଦେଇଛନ୍ତି ।

ଭେନୁଗୋପାଳ କହିଛନ୍ତି, ଜୁନ 2021 ସୁଦ୍ଧା କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଯିବ । ଏହି ନିଷ୍ପତ୍ତି କଂଗ୍ରେସ କମିଟି ବୈଠକରେ ନିଆଯାଇଛି । ଅଧ୍ୟକ୍ଷ ହେବାକୁ ରାହୁଲ ଗାନ୍ଧୀଙ୍କ ଅନିଚ୍ଛା ତଥା ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ଦଳରେ ନୂତନ ଅଧ୍ୟକ୍ଷ ଖୋଜିବା କାର୍ଯ୍ୟ ଜାରି ରହିଛି। ଏହାପୂର୍ବରୁ କଂଗ୍ରେସର ବହୁ ବରିଷ୍ଠ ନେତା ସଂଗଠନ ପାଇଁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରି ଚିଠି ଲେଖିଥିଲେ। 2019 ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ସୋନିଆ ଗାନ୍ଧୀଙ୍କୁ ଅନ୍ତରୀଣ ଅଧ୍ୟକ୍ଷ। ସେବେଠାରୁ ସେ ହିଁ ଦଳର ଭାର ତୁଲାଉଛନ୍ତି । କିନ୍ତୁ ବର୍ତ୍ତମାନ ଦଳ ଭିତରେ ଜଣେ ନୂତନ ଅଧ୍ୟକ୍ଷ ଚୟନ ପାଇଁ ଦାବି ଉଠିଛି ।

ଏହାପୂର୍ବରୁ ରାମଚନ୍ଦ୍ର ଗୁହାଙ୍କ ପରି ଇତିହାସବିତମାନେ ଏକ ଲେଖା ଲେଖିଛନ୍ତି ଯେ, ଗାନ୍ଧୀ ପରିବାର ବର୍ତ୍ତମାନ କଂଗ୍ରେସ ରାଜନୀତିରୁ ଦୂରେଇ ରହିବା ଉଚିତ। ଗୁହାଙ୍କ ଏହି ସ୍ତମ୍ଭ ଉପରେ ମଧ୍ୟ ଅନେକ ଆଲୋଚନା କରାଯାଇଥିଲା । କଂଗ୍ରେସ ଦଳ ମଧ୍ୟରେ ଗାନ୍ଧୀ ପରିବାର ବାହାରୁ ଅଧ୍ୟକ୍ଷ ନିର୍ବାଚିତ ହେବା ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ଏବେ ଲାଗୁଛି ଯେ ନିର୍ବାଚନ ମାଧ୍ୟମରେ କଂଗ୍ରେସ କୌଣସି ବାହାର ନେତାଙ୍କୁ ଦଳ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦେଇପାରେ।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କଂଗ୍ରେସ ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅସନ୍ତୁଷ୍ଟ ନେତାଙ୍କ ଉପରେ ଅଙ୍କୁଶ ଲଗାଇ ଅଶୋକ ଗେହଲଟ କହିଛନ୍ତି ଯେ ଯେଉଁ ନେତାମାନେ ବାରମ୍ବାର ନିର୍ବାଚନ ଦାବି କରୁଛନ୍ତି ସେମାନେ ଦଳର ନେତୃତ୍ବ ଉପରେ ବିଶ୍ବାସ କରନ୍ତି ନାହିଁ । ତେବେ ଆନନ୍ଦ ଶର୍ମା CWC ସଦସ୍ୟ ନିର୍ବାଚନ ପାଇଁ ଦାବି ଉପସ୍ଥାପନ କରିଥିଲେ ।

ନିର୍ବାଚନ ପ୍ରାଧିକରଣ ମଧ୍ୟ 29 ମେ ମାସରେ ଅଧିବେଶନ କରିବାକୁ ପ୍ରସ୍ତାବ ଦେଇଥିଲା। ଗତ ଲୋକସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୋନିଆ ଗାନ୍ଧୀଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା।

ବିହାର ବିଧାନସଭା ନିର୍ବାଚନରେ ​​ଏବଂ କେତେକ ରାଜ୍ୟରେ ଉପ-ନିର୍ବାଚନରେ ​​କଂଗ୍ରେସର ଶୋଚନୀୟ ପରାଜୟ ପରେ ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲଙ୍କ ପରି କେତେକ ବରିଷ୍ଠ ନେତା ଦଳର ସକ୍ରିୟ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବି ଉଠାଇଥିଲେ । ସେପଟେ ରାହୁଲ ଗାନ୍ଧୀ କଂଗ୍ରେସର ଭାର ଗ୍ରହଣ କରିବା ଉଚିତ ବୋଲି ଦୀର୍ଘ ଦିନ ଧରି କଂଗ୍ରେସ ନେତା ଦାବି କରିଆସୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.