ETV Bharat / bharat

ଚୀନ ପ୍ରସଙ୍ଗରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଉତ୍ତର ପୂର୍ବରୁ କଂଗ୍ରେସର କକ୍ଷତ୍ୟାଗ

author img

By

Published : Sep 15, 2020, 5:51 PM IST

ଭାରତ-ଚୀନ ସୀମା ବିବାଦ ଉପରେ ସଂସଦରେ ବିବୃତ୍ତି ରଖୁଥିଲେ ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ହେଲେ ଧର୍ଯ୍ୟହରା କଂଗ୍ରେସ ଚୀନ ପ୍ରସଙ୍ଗରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଉତ୍ତର ଶୁଣିବା ପୂର୍ବରୁ ସଂସଦରେ କକ୍ଷ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ...

ଚୀନ ପ୍ରସଙ୍ଗରେ ପ୍ରତିରକ୍ଷମନ୍ତ୍ରୀଙ୍କ ବୟାନ କଂଗ୍ରେସର କକ୍ଷ ତ୍ୟାଗ

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ଉତ୍ତର ଶୁଣିବାକୁ ନାରାଜ । ଭାରତ-ଚୀନ ସୀମା ବିବାଦ ଉପରେ ସଂସଦରେ ବିବୃତ୍ତି ରଖୁଥିଲେ ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ହେଲେ ଧର୍ଯ୍ୟହରା କଂଗ୍ରେସ ଚୀନ ପ୍ରସଙ୍ଗରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଉତ୍ତର ଶୁଣିବା ପୂର୍ବରୁ ସଂସଦରେ କକ୍ଷ ତ୍ୟାଗ କରିଛନ୍ତି ।

ରାଜନାଥ ସିଂହଙ୍କ ବୟାନ ପରେ କଂଗ୍ରେସ ସାଂସଦ କିଛି ପ୍ରଶ୍ନର ଉତ୍ତର ମାଗିଥିଲେ । ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ଗୃହରେ ଯଦି କୌଣସି ମହତ୍ବପୂର୍ଣ୍ଣ ବିଷୟ ଉପରେ ମନ୍ତ୍ରୀ ବିବୃତ୍ତି ରଖୁଛନ୍ତି, ସେତେବେଳେ କୌଣସି ପ୍ରଶ୍ନ ନପଚାରିବା ପାଇଁ ସହମତି ପ୍ରକଟ ହୋଇଛି । ତେବେ ପ୍ରଶ୍ନର ଉତ୍ତର ଦିଆନଯିବାରୁ କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ ।

ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ କହିଛନ୍ତି ଯେ ଆମର ନେତା ଆଧୀର ରଞ୍ଜନ ଚୌଧୁରୀ ଯବାନମାନଙ୍କ ସହ ଏକତାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଏବଂ ଆମର ଧୈର୍ଯ୍ୟ ପରୀକ୍ଷା ନକରିବାକୁ ଚୀନକୁ ଦୃଢ ଚେତାବନୀ ଦେଇଛନ୍ତି। ଦୁର୍ଭାଗ୍ୟବଶତଃ, ସରକାର ଅନୁଭବ କରୁଛନ୍ତି ଯେ କେବଳ ସେମାନେ ହିଁ ସେନା ସମର୍ଥନରେ କହିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.