ETV Bharat / bharat

ମାଆ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ସୋନିଆ ଗାନ୍ଧୀ, ଜାଣନ୍ତୁ କେଉଁଠି...

ନବରାତ୍ରୀରେ ମାଆ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ମଧ୍ୟପ୍ରଦେଶ ଦତିୟା ଜିଲ୍ଲାର କଂଗ୍ରେସ ନେତା ଟିକେ ଧର ତାଙ୍କୁ ଦେବୀ ବୋଲି ମାନିବା ସହ ତାଙ୍କର ପୂଜା କରୁଛନ୍ତି । ପାଖାପାଖି 20 ବର୍ଷ ହେବ ସେ ଏପରି କରିଆସୁଛନ୍ତି ।

ଡିଜାଇନ ଫଟୋ
author img

By

Published : Oct 4, 2019, 9:53 AM IST

ନୂଆଦିଲ୍ଲୀ: ଚାଲିଛି ନବରାତ୍ରୀ । ପଲ୍ଲୀରୁ ଦିଲ୍ଲୀ ଚାରିଆଡେ ପୂଜା ପାଉଛନ୍ତି ମାଆ ଦୁର୍ଗା। ଏଭଳି ଜଣେ ନେତା ଅଛନ୍ତି ଯେକି ମାଆ ଦୁର୍ଗାଙ୍କୁ ନୁହେଁ ବରଂ ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପୂଜା କରୁଛନ୍ତି । ତାଙ୍କୁ ସେ ଦେବୀ ବୋଲି ମାନିବା ସହ ତାଙ୍କ ଫଟୋକୁ ପୂଜା କରୁଛନ୍ତି।

ମଧ୍ୟପ୍ରଦେଶର ଦତିୟା ଜିଲ୍ଲାର କଂଗ୍ରେସ ନେତା ତଥା ଚିକିତ୍ସକ ଟିକେ ଧର ଏପରି ବର୍ଷ ବର୍ଷ ଧରି କରି ଆସୁଛନ୍ତି । ସୋନିଆଙ୍କ ପୂଜା କରିବା ସହ ସେ ବ୍ରତ ମଧ୍ୟ ରଖୁଛନ୍ତି । ସେ ଘରର ଆଲମିରା ଓ ଯେଉଁଠି ସେ ଚିକିତ୍ସା କରନ୍ତି ସେଠାରେ ସୋନିଆଙ୍କ ଫଟୋ ରଖିଛନ୍ତି।

ତାଙ୍କ କହିବା ଅନୁସାରେ, ସୋନିଆ ଗାନ୍ଧୀ ଦେବୀଙ୍କ ଅବତାର । ସେଥିଲାଗି ତାଙ୍କୁ ସେ ଦେବୀ ମାନିବା ସହ ପ୍ରତି ନବରାତ୍ରୀରେ ତାଙ୍କର ପୂଜା କରୁଛନ୍ତି । ପାଖାପାଖି 20 ବର୍ଷ ହେବ ସେ ଏପରି କରୁଛନ୍ତି ।

ଏହା ସହ ସୋନିଆ ଗାନ୍ଧୀ ଯେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇନାହାଁନ୍ତି ସେପର୍ଯ୍ୟନ୍ତ ସେ ନଣ୍ଡା ହୋଇଚାଲିଥିବେ ବୋଲି ପଣ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.