ETV Bharat / bharat

‘ନିର୍ବାଚନ କମିଶନ ହେଉଛି ଦନ୍ତ ହୀନ ସିଂହ’

author img

By

Published : May 16, 2019, 1:15 PM IST

ପଶ୍ଚିମବଙ୍ଗରେ ନିର୍ବାଚନ କମିଶନ ପ୍ରଚାର ବନ୍ଦ କରିବାକୁ ନେଇ ମମତାଙ୍କ ପରେ କମିଶନ ଉପରେ ବର୍ଷିଛି କଂଗ୍ରେସ । ଏହା ସହ ନିର୍ବାଚନ କମିଶନ ବର୍ତ୍ତମାନ ଦନ୍ତ ହୀନ ସିଂହ ପରି ବ୍ୟବହାର କରୁଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟୱାଲା ଦର୍ଶାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@rssurjewala

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷର ଦିନକ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନ କମିଶନ ପ୍ରଚାର ବନ୍ଦ କରିବାକୁ ନେଇ ତୃଣମୂଳ କଂଗ୍ରେସ ପରେ କମିଶନ ଉପରେ ବର୍ଷିଛି କଂଗ୍ରେସ । ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ କରିବା ସହ ନିର୍ବାଚନ ଆଚାର ସଂହିତା ବର୍ତ୍ତମାନ ମୋଦିଙ୍କର ନିର୍ବାଚନ ପ୍ରଚାର ସଂହିତା ପାଲଟିଥିବା କଂଗ୍ରେସ ଅଭିଯୋଗ କରିଛି । ଏହା ସହ ନିର୍ବାଚନ କମିଶନ ବର୍ତ୍ତମାନ ଦନ୍ତ ହୀନ ସିଂହ ପରି ବ୍ୟବହାର କରୁଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟୱାଲା ଦର୍ଶାଇଛନ୍ତି ।

ସୂଚନା ଅନୁଯାୟୀ, ଚଳିତବର୍ଷ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ବାରମ୍ବାର ହିଂସା ଦେଖାଦେଉଛି । ତେବେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହିଂସା ଆହୁରି ବ୍ୟାପକ ହେବା କାରଣରୁ ଧାରା 324 ଅନୁଯାୟୀ ପଶ୍ଚିମବଙ୍ଗରେ ଗତକାଲି(ବୁଧବାର) ନିର୍ବାଚନ କମିଶନ ପ୍ରଚାର ଶେଷର ଦିନକ ପୂର୍ବରୁ ପ୍ରଚାର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଗତକାଲି ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଥିଲା ।

ତେବେ ଏହାକୁ ନେଇ କଂଗ୍ରେସ କହିଛି, ଯେଉଁଭଳି ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ତାଙ୍କ ରୋଡ ଶୋ'ରେ ହିଂସା ଘଟିଲା ସେ କ୍ଷେତ୍ରରେ ଦୋଷୀକୁ ଦଣ୍ଡ ଦେବା ପରିବର୍ତ୍ତେ ନିର୍ବାଚନ ପ୍ରଚାରକୁ ପୂର୍ବରୁ ବନ୍ଦ କରିଦେବା କମିଶନଙ୍କୁ ସନ୍ଦେହ ଘେରକୁ ଆଣୁଛି ।

ଏହା ସହ ନମୋ ଟିଭି ମାଧ୍ୟମରେ ବିଜେପି ତାର ପ୍ରଚାର କରୁଥିବାର ଅଭିଯୋଗ ନିର୍ବାଚନ କମିଶନଙ୍କ ପାଖରେ ବାରମ୍ବାର କରିବା ସତ୍ତ୍ବେ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦନ୍ତ ହୀନ ସିଂହ ପରି ଜଣାପଡୁଛି ବୋଲି ସୂର୍ଯ୍ୟୱାଲା କହିଛନ୍ତି ।

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.