ETV Bharat / bharat

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜନ୍ମଦିନ, ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ - ex pm of india dr manmohan singh

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜନ୍ମଦିନ । ସେ 2004 ରୁ 2014 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ସେ ଡକ୍ଟର ମନମୋହନ ସିଂ ପିଭି ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ସେହି ସମୟ ମଧ୍ୟରେ ଆର୍ଥିକ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ 1991-1995 ମସିହାରେ ଦେଶର ଅର୍ଥନୀତି ସଙ୍କଟରୁ ରକ୍ଷା ପାଇଥିଲା। ଅଧିକ ପଢନ୍ତୁ...

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜନ୍ମଦିନ

author img

By

Published : Sep 26, 2020, 9:31 AM IST

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତି ସଂସ୍କାରର ସୁତ୍ରଧାର ମନମୋହନ ସିଂଙ୍କ ଜନ୍ମଦିନ । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମନମୋହନ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମନମୋହନ ସିଂଙ୍କ ପରି ପ୍ରଧାନମନ୍ତ୍ରୀଙ୍କ ଅଭାବ ଆଜି ସାରା ଦେଶ ଅନୁଭବ କରୁଛି ବୋଲି ରାହୁଲ କହିଛନ୍ତି ।

ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ମନମୋହନ ସିଂଙ୍କ ପରି ଜଣେ ପ୍ରଧାନମନ୍ତ୍ରୀଙ୍କ ଅଭାବକୁ ଆଜି ଭାରତ ଅନୁଭବ କରୁଛି । ତାଙ୍କର ସଚ୍ଚୋଟତା, ଶ୍ରଦ୍ଧା ଏବଂ ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ । ଜନ୍ମଦିନର ଶୁଭେଚ୍ଛା ଜଣେଇବା ସହ ଆଗାମୀ ବର୍ଷ ଭଲରେ କାଟିବାକୁ ରାହୁଲ ଗାନ୍ଧୀ କାମନା କରିଛନ୍ତି ।

26 ସେପ୍ଟେମ୍ବର 1932ରେ ଜନ୍ମ ହୋଇଥିବା ଡକ୍ଟର ମନମୋହନ ସିଂ 2004ରୁ 2014 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ମନମୋହନ ସିଂ ତାଙ୍କର ସରଳତା କାରଣରୁ ଦେଶର ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ଭିନ୍ନ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜଣେ ଅର୍ଥନୀତିଜ୍ଞ ଭାବରେ ଜଣାଶୁଣା ଯିଏ 1990 ଦଶକରେ ଉଦାରୀକରଣ ନୀତି ମାଧ୍ୟମରେ ଭାରତୀୟ ଅର୍ଥନୀତିକୁ ସଙ୍କଟରୁ ବାହାର କରିଥିଲେ।

ଅକ୍ସଫୋର୍ଡ ୟୁନିଭରସିଟିର ପିଏଚଡି କରିଥିବା ଡକ୍ଟର ମନମୋହନ ସିଂ ପିଭି ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ସେ ସେହି ସମୟ ମଧ୍ୟରେ ଆର୍ଥିକ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ 1991-1995 ମସିହାରେ ଦେଶର ଅର୍ଥନୀତି ସଙ୍କଟରୁ ରକ୍ଷା ପାଇଥିଲା। କୁହାଯାଏ ଯେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଭାବରେ ଡକ୍ଟର ମନମୋହନ ସିଂ 1991ରେ ଅର୍ଥନ ସଂସ୍କାର ଦିଗରେ ଅନେକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.