ETV Bharat / bharat

ତାମିଲନାଡୁ ଗସ୍ତରେ ରାହୁଲ, ଜାଲିକାଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ - ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତ

ଅୱନିପୁରମରେ ଜାଲିକାଟୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ରାହୁଲ ଗାନ୍ଧୀ । ତାମିଲ ସଂସ୍କୃତିକୁ ଦେଖିବା ବେଶ ସୁନ୍ଦର ଅନୁଭବ ରହିଥିଲା ବୋଲି କହିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ତାମିଲନାଡୁ ଗସ୍ତରେ ରାହୁଲ, ଜାଲିକାଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ

author img

By

Published : Jan 14, 2021, 3:55 PM IST

ଚେନ୍ନାଇ: ଦକ୍ଷିଣଭାରତର ଗଣପର୍ବ ପୋଙ୍ଗଲ ଅବସରରେ ତାମିଲନାଡୁ ଗସ୍ତ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଗାନ୍ଧୀ । ତେବେ ଅୱନିପୁରମରେ ଜାଲିକାଟୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ରାହୁଲ ।

ତାମିଲନାଡୁ ଗସ୍ତରେ ରାହୁଲ, ଜାଲିକାଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ

ତାମିଲନାଡୁ ଗସ୍ତରେ ଥିବା ରାହୁଲ ଗାନ୍ଧୀ କହିଛନ୍ତି, ତାମିଲ ସଂସ୍କୃତିକୁ ଦେଖିବା ବେଶ ସୁନ୍ଦର ଅନୁଭବ ରହିଥିଲା । ମୁଁ ଖୁସି ଯେ ଜାଲିକାଟୁ ବ୍ୟବସ୍ଥିତ ଓ ସୁରକ୍ଷିତ ଭାବରେ ଆୟୋଜନ କରାଯାଉଛି । ଏଥିରେ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି ରାହୁଲ ।

ଚଳିତ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ଦୃଷ୍ଟିରୁ ରାହୁଲ ଗାନ୍ଧୀଙ୍କ ତାମିଲନାଡୁ ଗସ୍ତ ବେଶ ମହତ୍ବପୂର୍ଣ୍ଣ କୁହାଯାଇପାରେ । ଚଳିତବର୍ଷ ଏପ୍ରିଲ ଓ ମେ ମାସରେ ହେବାକୁଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ଦ୍ରମୁକ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି । ନିକଟରେ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଗସ୍ତ କରିଥିଲେ ରାହୁଲ । ବିଦେଶରୁ ଫେରିବା ପରେ ସେ ଏଠାରେ ପ୍ରଥମଥର ସାର୍ବଜନିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.