ETV Bharat / bharat

ହାଥରସ ମାମଲା: ବାଲ୍ମୀକି ମନ୍ଦିରରେ ପ୍ରିୟଙ୍କାଙ୍କ ପ୍ରାର୍ଥନା - ବାଲ୍ମୀକି ମନ୍ଦିର

ଦିଲ୍ଲୀର ପଞ୍ଚକୁଇନ୍ୟା ରୋଡ ସ୍ଥିତ ବାଲ୍ମୀକି ମନ୍ଦିରରେ ହାଥରସ ପୀଡିତାଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ସାମିଲ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ...

ହାଥରସ ମାମଲା: ବାଲ୍ମୀକି ମନ୍ଦିରରେ ପ୍ରିୟଙ୍କାଙ୍କ ପ୍ରାର୍ଥନା

author img

By

Published : Oct 2, 2020, 5:47 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ପୀଡିତାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଉତ୍ତେଜନାର ମାହୋଲ । ତେଜୁଛି ନ୍ୟାୟ ଦାବିର ନିଆଁ । ଏହି ମଧ୍ୟରେ ଦିଲ୍ଲୀର ପଞ୍ଚକୁଇନ୍ୟା ରୋଡ ସ୍ଥିତ ବାଲ୍ମୀକି ମନ୍ଦିରରେ ହାଥରସ ପୀଡିତାଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ସାମିଲ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏହି ମନ୍ଦିରରେ ରହି ସ୍ବାଧିନତାର ବହ୍ନିକୁ ଜାଗ୍ରତ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ ।

ପ୍ରାଥନା ସଭାରେ ଯୋଗ ଦେବା ପରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଆମେ ଅନ୍ୟାୟ ବିରୋଧରେ ଲଢେଇ ଜାରି ରଖିବୁ । ନ୍ୟାୟ ନମିଳିବା ଯାଏଁ ଆମେ ଶାନ୍ତିରେ ବସିବୁ ନାହଁ । ରାତିରେ ଅନ୍ତିମ ସଂସ୍କାର ପରମ୍ପାର କେଉଁଠି ଅଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।

ଏହାପୂର୍ବରୁ ଗୁରୁବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରୟଙ୍କା ଗାନ୍ଧୀ ହାଥରସ ଅଭିମୁଖେ ଯାଉଥିବା ସମୟରେ ଯମୁନା ଏକ୍ସପ୍ରେସୱେ ନିକଟରେ ତାଙ୍କୁ ପୋଲିସ ଅଟକାଇଥିଲା । ହେଲେ ହାଥରସ ଯିବାକୁ ଉଭୟ ରାହୁଲ ଓ ପ୍ରିୟଙ୍କା ଜିଦ ଧରିବାରୁ ସେମାନଙ୍କ ସହ ପୋଲିସର ସଂଘର୍ଷ ହେବା ସହିତ ପରେ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.