ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ଚିଦାମ୍ବରମ ।
ଗିରଫ ହେବାର ପ୍ରାୟ ଦୁଇ ମାସ ପରେ ଚିଦମ୍ବରମ୍ଙ୍କୁ ସୁପ୍ରିମ୍ କୋର୍ଟ ଜାମିନ ପାଇଁ ଅନୁମତି ଦେଇଛନ୍ତି । ଏହାପରେ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ।
ପୂର୍ବରୁ ଏହି ମାମଲାରେ ଚିଦମ୍ବରମ୍ଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ । ସେପ୍ଟେମ୍ବର ୩୦ ତାରିଖରେ ରାୟ ଶୁଣାଇଥିବା ଜଷ୍ଟିସ୍ ଆର୍ ବାନୁମତୀ ଏହି ଆବେଦନ ଖାରଜ କରିଥିଲେ ।