ETV Bharat / bharat

ସେପ୍ଟେମ୍ବର 17 ଯାଏଁ ରିମାଣ୍ଡରେ ଶିବକୁମାର - ରାଉଜ ଆଭେନ୍ୟୁ କୋର୍ଟ

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଆସନ୍ତା 17 ତାରିଖ ଯାଏଁ ଇଡି ରିମାଣ୍ଡରେ ପଠାଇଲେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ । ଗତ 9 ଦିନରୁ ଇଡି ହେପାଜତରେ ଅଛନ୍ତି ଶିବକୁମାର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 13, 2019, 9:09 PM IST

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ରିମାଣ୍ଡ ଅବଧିକୁ ଆସନ୍ତା 17 ତାରିଖ ଯାଏ ବଢାଇ ଦିଆଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବକୁମାରଙ୍କୁ 5 ଦିନ ଅତିରିକ୍ତ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ଶୁଣାଣି କରି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଶିବକୁମାରଙ୍କୁ ସେପ୍ଟେମ୍ବର 17 ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି ।

କୋର୍ଟ ଶିବକୁମାରଙ୍କ ଜାମିନ ଆବେଦନ ଉପରେ ଇଡିକୁ ଜବାବ ଦେବାକୁ କହିଛନ୍ତି । ଶିବକୁମାର ଯାଞ୍ଚରେ ସହଯୋଗ କରୁନଥିବା ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ନଟରାଜ କହିଛନ୍ତି ।

ଶିବକୁମାର ଗତ 9 ଦିନରୁ ଇଡି ହେପାଜତରେ ଅଛନ୍ତି । ଶୁକ୍ରବାର ତାଙ୍କୁ କଡା ସୁରକ୍ଷା ମଧ୍ୟରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଶିବକୁମାରଙ୍କ ବିରୋଧରେ 200 କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ରହିଛି । ଏଥିସହ ଶିବକୁମାରଙ୍କ ଝିଅ ଐଶର୍ଯ୍ୟାଙ୍କ ନାମରେ ମଧ୍ୟ 108 କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ନେଇ ଅଭଯୋଗ ରହିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.