ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ କଂଗ୍ରେସ ନେତାଙ୍କ ନାମରେ ଥାନାରେ ମାମଲା । ଦିଲ୍ଲୀ ନିଜାମୁଦ୍ଦିନ ଗସ୍ତ ପରେ ହୋଇଛନ୍ତି କୋରୋନା ଆକ୍ରାନ୍ତ । ତାଙ୍କ ସହ ପରିବାର ମଧ୍ୟ ହୋଇଛନ୍ତି ସଂକ୍ରମିତ । ସରକାରଙ୍କ ନିୟମ ଅନୁସାରେ ସମସ୍ତ ନିଜାମୁଦ୍ଦିନ ଗସ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରାଯାଉଛି ନିଜେ ଆସି ନାମ ରେଜିଷ୍ଟ୍ରେସନ କରି ଡାକ୍ତରଙ୍କ ପରାମର୍ଶ କରନ୍ତୁ।
ଏହି ଏହି କଂଗ୍ରେସ ନେତା ଏହି ତଥ୍ୟ ଲୁଚାଇ ରଖିଥିଲେ । ଯାହା ଫଳରେ ଘରେ ରହି ପରିବାରକୁ ସଂକ୍ରମିତ କରିଥିଲେ । ବର୍ତ୍ତମାନ କଂଗ୍ରେସ ନେତା ପତ୍ନୀ ଏବଂ ତାଙ୍କ ଝିଅକୁ ସ୍ଥାନୀୟ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହାସହ ଆକ୍ରାନ୍ତ ରହୁଥିବା ଦୀନପୁର ଅଞ୍ଚଳକୁ ସଂପୂର୍ଣ୍ଣ ସିଲ କରିଦିଆଯାଇଛି। କୌଣସି ଲୋକେ ବାହାରୁ ଏହି ଗାଁକୁ ପ୍ରବେଶ କରିପାରିବେ ନାହିଁ କିମ୍ବା ଗାଁ ଲୋକେ ବାହାରକୁ ଯାଇପାରିବେ ନାହିଁ।