ETV Bharat / bharat

କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା’ଙ୍କ ସହିତ ‘ଇଟିଭି ଭାରତ’ର ନିୟାମିକା ସିଂହଙ୍କ ସାକ୍ଷାତକାର - CWC

କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ରହିଛି, କାର୍ଯ୍ୟକାରୀ କମିଟି ପାଇଁ ନିର୍ବାଚନ ହେବା ଉଚିତ ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ସଞ୍ଜୟ ଝା । ଅଧିକ ପଢନ୍ତୁ...

congress-lacks-internal-democracy-should-have-elections-for-cwc-says-sanjay-jha
କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା’ଙ୍କ ସହିତ ‘ଇଟିଭି ଭାରତ’ର ନିୟାମିକା ସିଂହଙ୍କ ସାକ୍ଷାତକାର
author img

By

Published : Jun 9, 2020, 5:13 AM IST

ନୂଆଦିଲ୍ଲୀ: ‘ଇଟିଭି ଭାରତ’ ସହ ଏକ ଏକ୍‌ସକ୍ଲୁସିଭ୍‌ ସାକ୍ଷାତକାରରେ, କଂଗ୍ରେସର ଜାତୀୟ ମୁଖପାତ୍ର ସଞ୍ଜଯ ଝା, ନିଜ ଦଳ ଭିତରେ ପ୍ରଚଳିତ ‘ହାଇ କମାଣ୍ଡ ସଂସ୍କୃତି’କୁ ନାପସନ୍ଦ କରିଛନ୍ତି ଏବଂ ଏମିତି କି ଏହି ବିଶାଳ ପୁରାତନ ଦଳରେ ପରିବର୍ତ୍ତନ ଆଣିବା ଲାଗି କେତେକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେବାକୁ ଯାଇ କହିଛନ୍ତି ଯେ “ଦଳ ପୁରୁଣା ଓ ଘଷରା ହୋଇଗଲାଣି” ।

କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା’ଙ୍କ ସହିତ ‘ଇଟିଭି ଭାରତ’ର ନିୟାମିକା ସିଂହଙ୍କ ସାକ୍ଷାତକାର

ପ୍ରଶ୍ନ-ରଣକୌଶଳ ନିର୍ଦ୍ଧାରଣରେ କଂଗ୍ରେସ କେଉଁଠି ପଛରେ ପଡ଼ିଛି ?

ସଞ୍ଜୟ ଝା: ନିଜ ସ୍ଥିତି ସୁଧାରିବା ଦିଗରେ କୌଣସି ପଦକ୍ଷେପ ନ ନେବା ଦ୍ବାରା କଂଗ୍ରେସ ଏବେ ଭାରତୀୟ ଜନତା ପାର୍ଟିକୁ ହିଁ ସାହାଯ୍ୟ କରୁଛି । ଆମର ବିଚାରଧାରା ଭିନ୍ନ । କଂଗ୍ରେସ ଏକ ଧର୍ମ ନିରପେକ୍ଷ, ଉଦାରବାଦୀ, ଗଣତାନ୍ତ୍ରିକ, ପ୍ରଗତିଶୀଳ ଏବଂ ସହିଷ୍ଣୁ ଦଳ । ଏହି ରାଜନୈତିକ ସଂଗଠନକୁ ଖଣ୍ଡଖଣ୍ଡ କରି, ଦୁର୍ବଳ ହେବାକୁ ଛାଡ଼ି ଦେଇ ଆମେ ଏହାର କ୍ଷତିସାଧନ କରୁଛୁ । ଶ୍ରୀ ଗାନ୍ଧିଙ୍କ ଇସ୍ତଫା ପ୍ରଦାନ ପରେ ବର୍ଷକରୁ ଅଧିକ ସମୟ ହେଲା ଆମ ଦଳର କେହି ସଭାପତି ନାହାନ୍ତି । ଏବେ ଆମକୁ ଆଗେଇବାକୁ ପଡ଼ିବ । ପରବର୍ତ୍ତୀ ଲୋକସଭା ନିର୍ବାଚନ ପାଇଁ ଆମ ଦଳର ଚେହେରା ରୂପେ କୌଣସି ବ୍ୟକ୍ତି ନାହାନ୍ତି ବୋଲି କହିବାର କିଛି ଅର୍ଥ ନାହିଁ । ଏବେ ସୁଦ୍ଧା ତାହା ହୋଇଯିବା କଥା । ଯଦି ଏବେ ଆମେ ତାହା ନକରୁ, ତାହେଲେ ଆମେ ବିଜେପିର କାମକୁ ଅତି ସହଜ କରିଦେଉଛୁ ବୋଲି ଭାବିବାକୁ ହେବ ।

ପ୍ରଶ୍ନ-ଦଳର ସଭାପତି ବାଛିବା କ୍ଷେତ୍ରରେ ଦଳ ଭିତରେ ଭିନ୍ନ ଭିନ୍ନ ମତପୋଷଣ କରୁଥିବା ଦୁଇଟି ଗୋଷ୍ଠୀ ରହିଥିବା କଥାରେ ଆପଣ ସମ୍ମତ କି ?

ସଞ୍ଜୟ ଝା: ଯେ କୌଣସି ଆଲୋଚନାରେ ସବୁବେଳେ ଦୁଇଟି ପକ୍ଷ ରହିଥାଆନ୍ତି । ଏମିତି କି ଏକ ତୃତୀୟ ପକ୍ଷ ବି ରହିପାରେ । କିନ୍ତୁ ବଡ଼କଥା ହେଉଛି ଯେ, କଂଗ୍ରେସ ଦଳ ଏବେ ଅସ୍ତିତ୍ବ ସଂକଟର ସମ୍ମୁଖୀନ ହୋଇଛି । ଦୁଇଟି ଲୋକସଭା ନିର୍ବାଚନରେ ପରାଜୟ, ସେମାନଙ୍କୁ ସର୍ବମୋଟ 100ଟି ଆସନ ବି ମିଳିଲାନି । ଆମେ ଅନେକ ରାଜ୍ୟ ହରାଇଛୁ । ସ୍ପଷ୍ଟତଃ, ସମସ୍ୟା ଆମ ପାଖରେ ହିଁ ରହିଛି ।

ଦ୍ବିତୀୟ କଥା ହେଲା, ବିଜେପି ଗଣତନ୍ତ୍ର ବିରୋଧୀ ବୋଲି ଆମେ କହିଆସୁଛୁ । କିନ୍ତୁ ଦିନେ କଂଗ୍ରେସ ଦଳରୁ ହିଁ କେହି ଜଣେ ପଚାରିବା ଦରକାର ଯେ, ଶେଷ ଥର ପାଇଁ ତୁମ ଦଳ ଭିତରେ ନିର୍ବାଚନ କେବେ ହୋଇଥିଲା ? ଏବେ କଂଗ୍ରେସ ଦଳ ପାଇଁ ଜଣେ ନୂଆ ନେତା ଖୋଜିବାର ସମୟ ଆସିଛି, ଯେଉଁ ନେତା କି କେବଳ ଯେ ଦଳର ଆଭ୍ୟନ୍ତରୀଣ ରୂପରେଖକୁ ସଜାଡ଼ିବେ ତାହା ନୁହେଁ, ବରଂ ବିରୋଧୀ ଭୂମିକାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏବଂ ସାଧାରଣ ଲୋକଙ୍କ ମନ ଜିଣିବା ପାଇଁ ଏକ ସଂପୂର୍ଣ୍ଣ ଭିନ୍ନ ଆଭିମୁଖ୍ୟ ଏବଂ ଦୃଷ୍ଟିକୋଣ ପ୍ରଦାନ କରିବେ ।

ପ୍ରଶ୍ନ: ଆଗକୁ ରାଜ୍ୟସଭା ନିର୍ବାଚନ ଆସୁଛି, କିନ୍ତୁ ଇସ୍ତଫାର ସୁଅ ଦଳକୁ ବ୍ୟତିବ୍ୟସ୍ତ କରିଛି । ଗୁଜରାଟର ବିଧାୟକମାନେ ଦଳ ଛାଡୁଛନ୍ତି । ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ କେଉଁଠି କଂଗ୍ରେସର ଦୋଷ ଦୁର୍ବଳତା ରହିଲା ?

ସଞ୍ଜୟ ଝା: 2017 କଥା ମନେ ପକାନ୍ତୁ, ଯେତେବେଳେ ଶ୍ରୀ ଗାନ୍ଧି ଗୁଜରାଟରେ ପ୍ରଚାରର ମଙ୍ଗ ଧରିଲେ ଏବଂ ଆମେ ବିଜେପିକୁ ନାକରେ ପାଣି ପିଆଇଲୁ ବୋଲି ଆଲୋଚନା ହେଲା । କିନ୍ତୁ ଏବେ ଦେଖନ୍ତୁ, ଆମେ କେଉଁଠି ଅଛୁ । ଯେଉଁ ବିଧାୟକମାନେ ନିଜ ନିଜ ଆସନରେ ଜିଣି ଆମକୁ ସଫଳ କରାଇଥିଲେ, ସେମାନେ ହିଁ ଏବେ ଆମକୁ ଛାଡ଼ି ବିଜେପି ଆଡ଼କୁ ଯାଉଛନ୍ତି । କଂଗ୍ରେସର ଏହା ହିଁ ବଡ଼ ସମସ୍ୟା, ଆମେ କାହିଁକି ନିଜ ଲୋକମାନଙ୍କୁ ପାଖରେ ରଖିପାରୁନାହୁଁ ? ଏହାର ଅର୍ଥ କଂଗ୍ରେସ ଟିକେଟରେ ଜିତିଥିବା ଲୋକେ ବି କଂଗ୍ରେସର ବିଚାରଧାରାକୁ ଗ୍ରହଣ କରିନାହାନ୍ତି ।

ବିଜେପି ଅର୍ଥବଳ ପ୍ରୟୋଗ କରୁଛି ବୋଲି କହିବା ସହଜ । ସିବିଆଇ ହେଉ କି ଆୟକର ବିଭାଗ, ତଥାପି ସେମାନେ କାହିଁକି ବା ସଫଳ ହେବେ ? ଚାପରେ ପଡ଼ି ହେଉ କି ଲୋଭରେ, ଏସବୁ ସତ୍ତ୍ବେ କାହିଁକି କଂଗ୍ରେସର ଜଣେ ସଦସ୍ୟ କଂଗ୍ରେସ ଦଳରେ ରହିବ ନାହିଁ ? କଂଗ୍ରେସର ଅକ୍ଷମତା ହିଁ ଏହାର ସଦସ୍ୟମାନଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରୁଛି ।

ପ୍ରଶ୍ନ: କଂଗ୍ରେସ ଦଳରେ ପରିବର୍ତ୍ତନ ଆଣିବା ଦିଗରେ କିଛି ପ୍ରସ୍ତାବ ଦେବେ କି ?

ସଞ୍ଜୟ ଝା: ପ୍ରଥମତଃ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି ପାଇଁ ନିର୍ବାଚନ ହେବା ଉଚିତ । ଏବେକାର ମନୋନୟନ ସଂସ୍କୃତିକୁ ପରିହାର କରିବା ଦରକାର । ଅନ୍ୟଥା ଏହା ସମଗ୍ର ଦଳର ପରିଚାଳନା କରୁଥିବା ଏକ ବିରାଟ କୋଷାରେ ପରିଣତ ହେବ । ଯାହାକି ଆଦୌ ହିତକର ନୁହେଁ । ଆମକୁ ଦଳ ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ସ୍ଥାପନ କରିବାକୁ ହେବ ।

ଆମର ପାଞ୍ଚ ଜଣ ଆଞ୍ଚଳିକ ଉପ ସଭାପତି ରହିବା ଉଚିତ । ପରିଚାଳନାଗତ ଦୃଷ୍ଟିରୁ ଏହା ଏକ ବଡ଼ ଦେଶ ଏବଂ ଦଳର ଯତ୍ନ ନେବାକୁ ହେଲେ ଆଞ୍ଚଳିକ ସ୍ତରରେ ଅଧିକ କ୍ଷମତାସଂପନ୍ନ ନେତା ରହିବା ଉଚିତ ।

ଆମେ ଏକ ଛାୟା କ୍ୟାବିନେଟ ଗଠନ କରିବା ଉଚିତ । ଅତି କମ୍‌ରେ ପ୍ରତିରକ୍ଷା, ଗୃହ, ଅର୍ଥ, ସ୍ବାସ୍ଥ୍ୟ ଏବଂ ବୈଦେଶିକ ନୀତି ଭଳି ପ୍ରମୁଖ ବିଭାଗ ପାଇଁ ଏହା ରହିବା ଉଚିତ । ସରକାରଙ୍କ ଉପରେ ଅଙ୍କୁଶ ଲଗାଇବା ଲାଗି ଏହି ସବୁ ବିଭାଗ ପାଇଁ ଦଳର ସବୁଠାରୁ ଯୋଗ୍ୟ ବ୍ୟକ୍ତି ରହିବା କଥା ।

ପାଣ୍ଠି ଯୋଗାଡ଼ ପାଇଁ କେବଳ ବିଭିନ୍ନ କମ୍ପାନୀ କିମ୍ବା ଇଲେକ୍‌ଟୋରାଲ ବଣ୍ଡ୍‌ ଉପରେ ନିର୍ଭର ନ କରି ଦଳ ଅଧିକ ସ୍ବଚ୍ଛ ଉପାୟ ଅବଲମ୍ବନ କରିବା ଉଚିତ । ଯେ କୌଣସି ଲୋକଙ୍କ ପାଇଁ ଏହା ମୁକ୍ତ ରହିବା ଉଚିତ ।

ଆମର ରାଜ୍ୟସ୍ତରୀୟ ନେତାମାନଙ୍କୁ ଶକ୍ତିଶାଳୀ କରିବାକୁ ପଡ଼ିବ । ସର୍ବଭାରତୀୟ କଂଗ୍ରେସ କମିଟିର ଢାଞ୍ଚାରେ ଆମେ ପରିବର୍ତ୍ତନ ଆଣିବା ଦରକାର । ଏହା ଖୁବ୍‌ ପୁରୁଣା ଓ ଘଷରା ହୋଇଗଲାଣି । ଆମକୁ ଅଧିକ ପ୍ରବହମାନ ଏବଂ ନମନୀୟ ହେବା ସହିତ ପରିବର୍ତ୍ତନ ପ୍ରତି ନରମ ମନୋଭାବ ପୋଷଣ କରିବାକୁ ପଡ଼ିବ ।

ପ୍ରଶ୍ନ- ତା’ର ଅର୍ଥ, ଦଳ ଭିତରେ ଏବେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ରହିଛି ?

ସଞ୍ଜୟ ଝା: ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅର୍ଥ ହେଉଛି, ଦଳକୁ ମଜଭୁତ କରିବା ପାଇଁ ଯେ କୌଣସି ବିଚାର ଏବଂ ପ୍ରସ୍ତାବ ନେଇ କଂଗ୍ରେସ ଦଳର ଯେ କୌଣସି ସଭ୍ୟ ଯେ କୌଣସି ଦଳୀୟ ବ୍ୟକ୍ତିଙ୍କ ସହ ଆଲୋଚନା କରିପାରିବ । ଏହା ଅସ୍ଥାୟୀ ଭାବରେ ବା ସୁବିଧାବାଦୀ ଢଙ୍ଗରେ ହୋଇପାରିବ ନାହିଁ । ଏହାର ଅର୍ଥ ଦଳ ଭିତରେ ଥିବା ଲୋକେ, ଦଳକୁ ପରିଚାଳିତ କରାଇବା ପାଇଁ କ୍ଷମତାପ୍ରାପ୍ତ ଯେ କୌଣସି ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ଲାଗି ଏକ ପାରଦର୍ଶୀ ବ୍ୟବସ୍ଥା ସ୍ଥାପିତ ହେବ । ଦଳୀୟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଚାର ବିମର୍ଶ ଲାଗି ଏକ ସାଂଗଠନିକ ବ୍ୟବସ୍ଥା ସୃଷ୍ଟି କରିବା ଆବଶ୍ୟକ ।

ଉଦାହରଣ ସ୍ବରୂପ, 2019ର ପରାଜୟ ପରେ, ଦଳର କୌଣସି ମୁଖପାତ୍ର ଟେଲିଭିଜନ ବିତର୍କରେ ଭାଗ ନେବେ ନାହିଁ ବୋଲି ସ୍ଥିର କରାଯାଇଥିଲା । ଏହି ନିଷ୍ପତ୍ତି ନେବା ପୂର୍ବରୁ ମୁଖପାତ୍ରମାନଙ୍କ ସହ ପରାମର୍ଶ ବି କରାଯାଇ ନଥିଲା । ଏହା କେଉଁ ଧରଣର ଗଣତନ୍ତ୍ର ? ମୋ ମତରେ ଏହି ନିଷ୍ପତ୍ତି ଉଦ୍ଭଟ, ମନମୁଖୀ ଏବଂ ହାସ୍ୟାସ୍ପଦ ଥିଲା । କିନ୍ତୁ ଆମେ କାହିଁକି ପରାସ୍ତ ହେଉଛୁ ଏବଂ କେଉଁଠି ଆମର ଭୁଲ ରହୁଛି, ସେ ସଂପର୍କରେ ଆଲୋଚନା କରିବା ଲାଗି କୌଣସି ପ୍ରକାର ବୈଠକ ଆୟୋଜନ ଦିଗରେ ଗତ 6 ବର୍ଷ ଭିତରେ ଥରଟିଏ ହେଲେ ଉଦ୍ୟମ କରାଯାଇ ନାହିଁ । ସାମଗ୍ରିକ ଭାବେ ଯୋଗାଯୋଗ ବ୍ୟବସ୍ଥା, ଏଠାରେ କି ସେଠାରେ ଅବସ୍ଥାପିତ କେତେକ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୀମିତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.