ନୂଆଦିଲ୍ଲୀ: ଆଜି ଲୋକସଭାରେ କଂଗ୍ରେସ ସହ ସ୍ବର ମିଳାଇବ ତୃଣମୂଳ କଂଗ୍ରେସ(ଟିଏମସି) । ଉଠିବ କର୍ଣ୍ଣାଟକ ପ୍ରସଙ୍ଗ । କର୍ଣ୍ଣାଟକ ବିଧାୟକଙ୍କ ଅପହରଣ ନେଇ ମୂଲତବୀ ପ୍ରସ୍ତାବ ଆଣିଛନ୍ତି ଟିଏମସି ସାଂସଦ ସୌଗତ ରାୟ । ଏପଟେ ବର୍ତ୍ତମାନ କର୍ଣ୍ଣାଟକର ରାଜନୈତିକ ସ୍ଥିତି ପ୍ରସଙ୍ଗରେ କଂଗ୍ରେସର 6 ବିଧାୟକ ମଧ୍ୟ ମୁଲତବୀ ପ୍ରସ୍ତାବ ଦେଇଛନ୍ତି ।
ଗୋଟିଏ ପଟେ କର୍ଣ୍ଣାଟକ ସରକାର ଦେବେ ଫ୍ଲୋର ଟେଷ୍ଟ । ଏପଟେ କମ୍ପିବ ଲୋକସଭା । କଂଗ୍ରେସ ଓ ଟିଏମସି ସାଂସଦ ଉଠାଇବେ କର୍ଣ୍ଣାଟକ ପ୍ରସଙ୍ଗ । କଂଗ୍ରେସକୁ ସାଥ ଦେବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି । ‘କର୍ଣ୍ଣାଟକରେ ବିଧାୟକଙ୍କୁ ଅପହରଣ’ ପ୍ରସଙ୍ଗରେ ଟିଏମସି ସାଂସଦ ଆଣିଛନ୍ତି ମୁଲତବୀ ପ୍ରସ୍ତାବ ।
କହିରଖୁଛୁ, ପଶ୍ଚିମବଙ୍ଗରେ ମଧ୍ୟ 107 ଟିଏମସି ବିଧାୟକ ବିଜେପିରେ ମିଶିବା ନେଇ ଦଳରେ ବରିଷ୍ଠ ନେତା ବାହାସ୍ଫୋଟ ମାରିଥିଲେ । ଯାହା ଦିଦିଙ୍କ ନିଦ ହଜେଇ ଦେଇଥିବା ଚର୍ଚ୍ଚା ହେଉଛି । ଆଉ ଏପରି ସ୍ଥଳେ ଆଜିର ମୁଲତବୀ ପ୍ରସ୍ତାବ ବେଶ ଗୁରୁତ୍ବବହନ କରୁଛି ।