ETV Bharat / bharat

ୟୁପି ନେତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ପ୍ରିୟଙ୍କା - Priyanka Gandhi Vadra

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଡାକିଲେ ବୈଠକ । ଆସନ୍ତାକାଲି ୟୁପି ନେତାଙ୍କୁ ନେଇ କରିବେ ରୁଦ୍ଧଦ୍ବାର ବୈଠକ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 3, 2019, 4:54 PM IST

ହାଇଦ୍ରାବାଦ: ଚଳିତ ମାସ ଦ୍ବିତୀୟ ସପ୍ତାହରେ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଆସିପାରେ । ଯାହାକୁ ସାରା ଦେଶବାସୀ ଅପେକ୍ଷା କରିଛନ୍ତି । ତେବେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ବର୍ତ୍ତମାନ ୟୁପି ସରକାର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛନ୍ତି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାୟ ଆସିଲା ପରେ ଦଳର ଓ ନେତାଙ୍କ କ’ଣ ରହିବ ଆଭିମୁଖ୍ୟ । ବିଜେପି ଏହି କ୍ଷେତ୍ରରେ ଆଗରେ ଥିବାବେଳେ ସୋମବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ।

ଏହି ବୈଠକରେ କେବଳ ଉତ୍ତର ପ୍ରଦେଶର ସମସ୍ତ ନେତା ଯୋଗଦେବେ । ଉତ୍ତର ପ୍ରଦେଶର ସମସ୍ତ ପ୍ରାନ୍ତୀୟ ନେତା, ପ୍ରଭାରୀ, ଜିଲ୍ଲା ସଭାପତି ଓ ସମସ୍ତ ଛାମୁଆ ସଂଗଠନକୁ ଡକାଯାଇଛି । ବୈଠକରେ ଦଳର ଆଗାମୀ ରଣନୀତି ଦଳୀୟ କାର୍ଯ୍ୟକ୍ରମ ଓ ଅଯୋଧ୍ୟା ମାମଲାର ରାୟକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.