ETV Bharat / bharat

ଭୋଟ ଦେଲେ ସୋନିଆ-ପ୍ରିୟଙ୍କା-ରବର୍ଟ

ୟୁପିଏ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ନୂଆଦିଲ୍ଲୀର ବିଭିନ୍ନ ପୋଲିଂ ବୁଥ୍‌ରେ ମତଦାନ କରିଛନ୍ତି ।

author img

By

Published : May 12, 2019, 12:59 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରବିବାର ଷଷ୍ଠ ପର୍ଯ୍ୟାୟରେ 7ଟି ରାଜ୍ୟର ୫୯ଟି ଆସନ ପାଇଁ ଏଥିରେ ମତଦାନ ହେଉଛି । ଏହି କ୍ରମରେ ୟୁପିଏ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ନୂଆଦିଲ୍ଲୀର ବିଭିନ୍ନ ପୋଲିଂ ବୁଥ୍‌ରେ ମତଦାନ କରିଛନ୍ତି ।

congress
ଫଟୋ ସୌଜନ୍ୟ: ଏଏନଆଇ

ସୋନିଆ ଗାନ୍ଧୀ ନିର୍ମାଣ ଭବନସ୍ଥିତ ପୋଲିଂ ବୁଥ୍‌ରେ ଭୋଟ ଦେଇଛନ୍ତି । ସେହିଭଳି ସୋନିଆଙ୍କ ଝିଅ, ଜ୍ବାଇଁ ମଧ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି । ପ୍ରିୟଙ୍କା ଓ ରବର୍ଟ ଲୋଧି ରୋଡ୍‌ସ୍ଥିତ ସର୍ଦ୍ଦାର ପଟେଲ ବିଦ୍ୟାଳୟ ପୋଲିଂ ବୁଥ୍‌ରେ ନିଜ ନିଜ ଭୋଟ ଦେଇଛନ୍ତି ।

congress
ଫଟୋ ସୌଜନ୍ୟ: ଏଏନଆଇ

ବୁଥ୍ ବାହାରେ ପ୍ରିୟଙ୍କା ମତଦାନକୁ ଗୁରୁତ୍ବ ଦେବା ସହ ଗଣତନ୍ତ୍ରକୁ ବଞ୍ଚାଇ ଓ ଦେଶ ଗଠନ ପାଇଁ ନିଜ ଭୋଟ ଦେବାକୁ ସମସ୍ତଙ୍କୁ ଆଗଭର ହେବା ପାଇଁ ଆହ୍ବାନ ଦେଇଛନ୍ତି ।

congress
ଫଟୋ ସୌଜନ୍ୟ: ଏଏନଆଇ

ଏହି ମତଦାନ ପରୀକ୍ଷାରେ ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀ ଭାଗ୍ୟ ରହିବ ୧୦ କୋଟି ୧୭ ଲକ୍ଷ ଭୋଟରଙ୍କ ଟିପରେ । ଏପରି ସ୍ଥଳେ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ଅନେକ ହେଭିୱେଟ୍‌ ପ୍ରାର୍ଥୀ ତଥା ଛାମୁଆ ନେତୃବୃନ୍ଦ ।

Intro:Body:

PRABIR

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.