ETV Bharat / bharat

କଂଗ୍ରେସର ଭୁଲ ନୀତି ଦେଶକୁ ଛାରଖାର କରିଦେଇଛି: ମୋଦି - modi target congress

ହରିୟାଣାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି । ଜାଣନ୍ତୁ ସେ କ'ଣ କହିଛନ୍ତି..

ଫାଇଲ ଫଟୋ
author img

By

Published : Oct 19, 2019, 7:38 PM IST

ଚଣ୍ଡିଗଡ: କଂଗ୍ରେସର ଭୁଲ ନୀତି ଦେଶକୁ ଛାରଖାର କରିଦେଇଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ କଂଗ୍ରେସ ଦୀର୍ଘ ବର୍ଷ ଧରି ଜମ୍ମୁ-କାଶ୍ମୀରବାସୀଙ୍କ ସହ ଅନ୍ୟାୟ କରିଥିବା ସେ କହିଛନ୍ତି ।

ଶନିବାର ହରିୟାଣାର ସିରସା ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ୭୦ ବର୍ଷ ହେଲା କଂଗ୍ରେସ ଧାରା 370କୁ ଡରୁଥିଲା ତାକୁ ବିଜେପି ୭୦ ଦିନରେ ଉଚ୍ଛେଦ କରି ଦେଖାଇଲା ।

ଏହା ସହିତ ନିଜ ଉଦବୋଧନରେ ସେ କରତାପୁର କରିଡର ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖୁବ ଶୀଘ୍ର କରତାରପୁର କରିଡରର ଉଦଘାଟନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୯୪୭ ମସିହାରେ ପାକିସ୍ତାନ ଓ ଭାରତ ମଧ୍ୟରେ ଯେଉଁ ସୀମା ବଣ୍ଟନ ହୋଇଥିଲା, ସେଥିପାଇଁ କଂଗ୍ରେସ ଦାୟୀ । କଂଗ୍ରେସ ଦୀର୍ଘ ୭୦ ବର୍ଷ ଶାସନ କରିବା ପରେ ମଧ୍ୟର ଏହି ଦୂରତାକୁ କମାଇବାକୁ ଚେଷ୍ଟା କଲା ନାହିଁ ବୋଲି ମୋଦି କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.