ETV Bharat / bharat

ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବାରେ ବ୍ୟସ୍ତ ଦିଲ୍ଲୀ ସରକାର: କଂଗ୍ରେସ - ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବାରେ ବ୍ୟସ୍ତ ଦିଲ୍ଲୀ ସରକାର

ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କୁ କଂଗ୍ରେସ ନେତାଙ୍କ ଟାର୍ଗେଟ । ଦିଲ୍ଲୀ ସରକାର କେବଳ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବାରେ ବ୍ୟସ୍ତ ଅଛନ୍ତି । ହେଲେ କୋଭିଡ-19 ସହ ଲଢିବା ପାଇଁ କୌଣସି ଯୋଜନା କିମ୍ବା ପ୍ରସ୍ତୁତି କରିନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଅଜୟ ମାକେନ ।

Congress attack kejriwal govt over growing case of corona
ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବାରେ ବ୍ୟସ୍ତ ଦିଲ୍ଲୀ ସରକାର: କଂଗ୍ରେସ
author img

By

Published : Jun 7, 2020, 8:40 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଉ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖି ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ପ୍ରକାଶ କରିଛି କଂଗ୍ରେସ । ଏନେଇ କଂଗ୍ରେସ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛି ।

କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଯେ, ଦିଲ୍ଲୀରେ 25 ପ୍ରତିଶତ କୋଭିଡ ସଂକ୍ରମଣର ହାର ଗୋଷ୍ଠୀ ସଂକ୍ରମଣକୁ ସୂଚାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଯାଞ୍ଚ ପ୍ରକ୍ରିୟାକୁ ବଢାଇବାର ଆବଶ୍ୟକତା ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ନହେବା ପର୍ଯ୍ୟନ୍ତ ଜୁନ 8ରୁ ରେସ୍ତୋରାଁ ଏବଂ ମଲ ଖୋଲିବା ନିଷ୍ପତ୍ତି ଦିଲ୍ଲୀ ସରକାରଙ୍କ ଏକ ତରବରିଆ ନିଷ୍ପତ୍ତି ହେବ ।

କଂଗ୍ରେସ ନେତା ଅଜୟ ମାକେନ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ସରକାର କେବଳ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବାରେ ବ୍ୟସ୍ତ ଅଛନ୍ତି । ହେଲେ କୋଭିଡ-19 ସହ ଲଢିବା ପାଇଁ କୌଣସି ଯୋଜନା କିମ୍ବା ପ୍ରସ୍ତୁତି କରିନାହାନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି କହିଛନ୍ତି ଯେ ହରିୟାଣା ଏବଂ ୟୁପି ସହ ଜଡିତ ଦିଲ୍ଲୀ ସୀମା ଜୁନ୍ 8ରୁ ଖୋଲାଯିବ । ଗୋଟିଏ ସପ୍ତାହ ପୂର୍ବରୁ ଦିଲ୍ଲୀରେ କୋରୋନାରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାକୁ ଗୋଟିଏ ସପ୍ତାହ ପାଇଁ ବନ୍ଦ କରିଥିଲେ । ସେହିପରି ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ ଡାକ୍ତରଖାନାର ଶଯ୍ୟା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସୁରକ୍ଷିତ ଥିବାବେଳେ କେନ୍ଦ୍ର ଅଧୀନରେ ଥିବା ଡାକ୍ତରଖାନାଗୁଡ଼ିକ ଦିଲ୍ଲୀ ବାହାର ଥିବା ଲୋକଙ୍କ ପାଇଁ ଉପଲବ୍ଧ ହେବ । ଜୁନ ଶେଷ ସୁଦ୍ଧା ଦିଲ୍ଲୀରେ 15,000 ଶଯ୍ୟା ଆବଶ୍ୟକ ହେବ ବୋଲି କହିଛନ୍ତି କେଜ୍ରିୱାଲ ।

ଏଥିସହ ଜନସାଧାରଣଙ୍କ ପାଇଁ ସପିଂ ମଲ୍, ରେସ୍ତୋରାଁ ଏବଂ ମନ୍ଦିର ଖୋଲାଯିବ । ହେଲେ ହୋଟେଲ ଏବଂ ଭୋଜି ହଲ ଗୁଡିକ ବନ୍ଦ ରହିବ । ତେବେ ଦିଲ୍ଲୀରେ ଏହି ଅନଲକ୍ ମଧ୍ୟରେ ସାମାଜିକ ଦୂରତା ପାଳନ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ସମୟରେ ଅନେକ ହୋଟେଲ ଏବଂ ଭୋଜି ହଲ ଗୁଡିକ ଡାକ୍ତରଖାନାରେ ପରିଣତ ହୋଇପାରେ । ଯାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.