ETV Bharat / bharat

ଚାଷୀ ମୃତ୍ୟୁ ପ୍ରସଙ୍ଗରେ ମୋଦିଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

କୃଷି ବିଲକୁ ନେଇ ବିରୋଧ କରି ମୋଟ 33 ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି । ଚାଷୀଙ୍କ ଏହି ମୃତ୍ୟୁ ପ୍ରସଙ୍ଗରେ କାହିଁକି ପ୍ରଧାନମନ୍ତ୍ରୀ ଚୁପ ବୋଲି କଂଗ୍ରେସ ଆଜି ଅଭିଯୋଗ ଆଣିଛି ।

author img

By

Published : Dec 20, 2020, 8:51 PM IST

ଚାଷୀ ମୃତ୍ୟୁ ପ୍ରସଙ୍ଗରେ ମୋଦିଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: କୃଷି ଆନ୍ଦୋଳନକୁ ସମର୍ଥନ କରି ଆସୁଥିବା କଂଗ୍ରେସ ଆଜି ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିଛି । କୃଷି ଆନ୍ଦୋଳନ ସମୟରେ ମୃତ୍ୟୁ ଘଟିଥିବା ଚାଷୀଙ୍କ ପାଇଁ ସରକାରୀକୁ ଦାୟୀ କରିଛି । ଏଥିସହ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରୁ 33 ଜଣଙ୍କ କୃଷକ ମୃତ୍ୟୁ ହୋଇସାରିଛି । କାହିଁକି ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହିଁନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ନଭେମ୍ବର 26 ତାରିଖରୁ ଦିଲ୍ଲୀ ସୀମାରେ କୃଷକଙ୍କ ଧାରଣା ଲାଗି ରହିଛି । କେନ୍ଦ୍ର ସରକାରଙ୍କୁ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି । ତେବେ ଏହି ସମୟରେ ବିଭିନ୍ନ କାରଣରୁ ଅନେକ ଚାଷୀଙ୍କ ମୃତ୍ୟୁ ହୋଇଛି । ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ମୋଦି ଚାଷୀ ଆଇନ ବିଷୟରେ ବୁଝେଇବାକୁ ଚେଷ୍ଟା କରୁଛନ୍ତି । ଅଥଚ ଥରେ ମଧ୍ୟ ଧାରଣାସ୍ଥଳରେ ମୃତ୍ୟୁ ଘଟିଥିବା ଏହି ଅନ୍ନଦାତାଙ୍କ ପ୍ରସଙ୍ଗରେ ଥରୁ ଟିଏ ମଧ୍ୟ ମୁହଁ ଖୋଲି ନାହାଁନ୍ତି । ଯାହାକୁ ନେଇ କଂଗ୍ରେସ ଆଜି ପ୍ରଶ୍ନ କରିଛି ।

ଅଲ୍ ଇଣ୍ଡିଆ କିଷାନ ସଭା ରବିବାର ‘ଶ୍ରଦ୍ଧାଞ୍ଜଳି ଦିବସ’ ପାଳନ କରି 33 ଜଣ ଚାଷୀଙ୍କ ଦୁର୍ଘଟଣା ଜନିତ କିମ୍ବା ଅସୁସ୍ଥତା ଏବଂ ଥଣ୍ଡା ପାଗ ଯୋଗୁଁ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛି । ଏହାକୁ ନେଇ କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ କହିଛନ୍ତି, ‘ କାହିଁକି ମୋଦି ନିରବ ଅଛନ୍ତି ? ପ୍ରଧାନମନ୍ତ୍ରୀ ନିରବ କାହିଁକି? ଆମର ‘ଅନ୍ନଦାତା’ ଦିଲ୍ଲୀ ସୀମାରେ ନିଜ ପତ୍ନୀ ଏବଂ ପିଲାମାନଙ୍କ ସହିତ ଦିଲ୍ଲୀର ଶୀତରେ ବସି ରହିଛନ୍ତି କିନ୍ତୁ ଆମ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ସେମାନଙ୍କ ପାଇଁ ସମୟ ନାହିଁ କିନ୍ତୁ ପଶ୍ଚିମବଙ୍ଗ ଯିବାକୁ ସମୟ ଅଛି ’ ।

ସଂସଦ ଗୃହ ନିକଟରେ ଥିବା ଗୁରୁଦ୍ବାର ରକାବଗଞ୍ଜ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ କଂଗ୍ରେସ ନେତା କହିଛନ୍ତି, ‘ଗୁରୁଦ୍ବାର କିମ୍ବା ମନ୍ଦିରକୁ ଯିବା ସର୍ବଦା ଭଲ କଥା। ଆମେ ସମସ୍ତେ ଭାରତୀୟ ଅତ୍ୟନ୍ତ ଆଧ୍ୟାତ୍ମିକ ଲୋକ ଏବଂ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ମୁଁ ପ୍ରଶଂସା କରୁଛି। ମୋଦି ମଧ୍ୟ ବିରୋଧୀ ଚାଷୀଙ୍କୁ ଦେଖା କରିବା ଉଚିତ ଏବଂ ସେମାନଙ୍କ କଥା ଶୁଣିବା ଉଚିତ୍। ଏହି କୃଷକମାନଙ୍କୁ ନ୍ୟାୟ ଦିଅନ୍ତୁ ଏବଂ ଏହି କଳା ନିୟମକୁ ରଦ୍ଦ କରନ୍ତୁ । ଚାଷୀଙ୍କ ପରାମର୍ଶରେ ନୂତନ କୃଷି ଆଇନ ପ୍ରଣୟନ କରନ୍ତୁ ’।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.