ETV Bharat / bharat

ସୋନଭଦ୍ରା ଗୁଳିକାଣ୍ଡ: ପୀଡିତଙ୍କ ପରିବାରକୁ କଂଗ୍ରେସର 10 ଲକ୍ଷ ସହାୟତା - ପ୍ରିୟଙ୍କା ଗାନ୍ଧୀ

ସୋନଭଦ୍ରା ଗୁଳିକାଣ୍ଡ ଘଟଣାରେ ପୀଡିତଙ୍କ ପରିବାରକୁ କଂଗ୍ରେସ 10 ଲକ୍ଷ ଟଙ୍କା ସହାୟତା ଦେବ ବୋଲି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 20, 2019, 3:03 PM IST

ଲକ୍ଷ୍ନୌ: ସୋନଭଦ୍ରା ଗୁଳିକାଣ୍ଡ ଘଟଣାରେ ପୀଡିତଙ୍କ ପରିବାରକୁ କଂଗ୍ରେସ 10 ଲକ୍ଷ ଟଙ୍କା ସହାୟତା ଦେବ ବୋଲି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘୋଷଣା କରିଛନ୍ତି । ପୀଡିତଙ୍କ ପରିବାରକୁ ଭେଟିବା ସହ ତାଙ୍କର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି ପ୍ରିୟଙ୍କା କହିଛନ୍ତି ।

ପ୍ରିୟଙ୍କା ଏବେ ବି ପୋଲିସ ହେପାଜତରେ ଥିବା କହିଛନ୍ତି । ଏହା ସହିତ ପ୍ରଶାସନ କଣ କହୁଛି ଦେଖାଯାଉ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଏହି ଘଟଣାରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ଅଛି ବୋଲି କହିଛନ୍ତି । ଘଟଣାସ୍ଥଳରେ 144 ଧାରା ଜାରି ହୋଇଥିବାବେଳେ ଯଦି ଏହାକୁ ନେଇ ରାଜନୈତିକ ଉଦ୍ଦେଶ୍ୟ ରଖାଯାଏ । ତାହେଲେ ଏହା ଠିକ୍‌ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । କେହି ବି ସମ୍ବେଦନଶୀଳ ଘଟଣାରେ ରାଜନୀତି କରିବା ଉଚିତ ନୁହେଁ । ଆମ ସରକାର ଶାନ୍ତିରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.