ETV Bharat / bharat

ପୁଣି ଆପ୍ ହିରୋ, କଂଗ୍ରେସ ଜିରୋ

author img

By

Published : Feb 11, 2020, 8:08 PM IST

Updated : Feb 12, 2020, 4:30 PM IST

ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ, ସବୁ ଆଶା ଆଶଙ୍କା ଓ ଏକଜିଟ୍ ପୋଲ ଫଳାଫଳକୁ କ୍ରସ କରି ଦିଲ୍ଲୀରେ ପୁଣି ରାଜ ଚାଲିବ ଆମ ଆଦମୀ ପାର୍ଟିର । ଆଉ ଦିଲ୍ଲୀର କୋଣ ଅନୁକୋଣରେ ବୁଲିବ ଝାଡୁ। ଅଧିକ ଖବର ପଢନ୍ତୁ...

delhi election
ଏଥର ପୁଣି ଆପ୍ ହିରୋ, କଂଗ୍ରେସ ଜିରୋ

ନୂଆଦିଲ୍ଲୀ: ଗତ 8 ତାରିଖରେ 70ଟି ବିଧାନସଭା ଆସନ ପାଇଁ ଦିଲ୍ଲୀରେ ନିର୍ବାଚନ ସରିଥିଲା । ଫେବୃଆରୀ 11 ତାରିଖ ମଙ୍ଗଳବାର ବାହାରିଛି ଫଳାଫଳ। ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗାଦି ସୁରକ୍ଷିତ ରହିବା ସହ ଦିଲ୍ଲୀରେ ପୁଣି ଚାଲିବ ଆମ ଆଦମୀ ପାର୍ଟି(ଆପ୍‌) ଶାସନ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ନିର୍ବାଚନ ଫଳାଫଳ ଅନୁସାରେ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାରସ ଗଢିବା ପାଇଁ ଆବଶ୍ୟକୀୟ ବହୁମତ ହାସଲ କରିସାରିଛି ।

ହେଲେ ପୂର୍ବଥର ପରି ଚଳିତ ଥର ମଧ୍ୟ କଂଗ୍ରେସ ନିଜର ଖାତା ଖୋଲିପାରି ନାହିଁ । ତେବେ ଆସନ୍ତୁ ଜାଣିବା 2020 ପୂର୍ବରୁ ଦିଲ୍ଲୀରେ କଂଗ୍ରେସର ରାଜନୈତିକ କ୍ୟାରିୟର ବିଷୟରେ...

52, 47,43 , 0 , 0....। ଏହି ସଂଖ୍ୟା ଦେଖି ଆପଣ ଅଳ୍ପେ ବହୁତେ ବୁଝି ପାରୁଥିବେ। କାରଣ ଏହି ସଂଖ୍ୟା ସହ କଂଗ୍ରେସର ସମ୍ପର୍କ ବହୁତ ପୁରୁଣା । ଚଳିତ ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ପରେ, ସବୁ ଆଶା ଆଶଙ୍କା ଓ ଏକଜିଟ୍ ପୋଲ ଫଳାଫଳକୁ କ୍ରସ କରି ଦିଲ୍ଲୀରେ ପୁଣି ରାଜ ଚାଲିବ ଆପ୍‌ର। ଆଉ ଦିଲ୍ଲୀର କୋଣ ଅନୁକୋଣରେ ବୁଲିବ ଝାଡୁ ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ପାଇଁ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ଆପ୍‌ 54 ଆସନରେ ବିଜୟୀ ହୋଇଥିବା ବେଳେ, 8ଟି ସିଟରେ ଆଗୁଆ ଅଛି। ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସ ଏଠାରେ ଖାତା ଖୋଲି ପାରିନାହିଁ ।

1998 ମସିହାରେ କଂଗ୍ରେସରେ ଶୀଲାଙ୍କ ଯୁଗ

1998 ବର୍ଷ ହେଉଛି କଂଗ୍ରେସ ପାଇଁ ଦିଲ୍ଲୀରେ ରାଜନୈତିକ ଯାତ୍ରା ଆରମ୍ଭ କରିବାର ପ୍ରଥମ ବର୍ଷ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀମତୀ ଶୀଲା ଦିକ୍ଷିତଙ୍କ ଦିଲ୍ଲୀ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କଂଗ୍ରେସ ନେତ୍ରୀ ଲଗାତର ଭାବେ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବାର ଗୌରବ ଅର୍ଜନ କରିଥିଲେ । ସେ ୧୯୯୮ରୁ ୨୦୦୩ ମସିହା ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନ ଭାର ଗ୍ରହଣ କରିଛନ୍ତି । ଶୀଲାଙ୍କ ଶାସନ ସମୟରେ ଦିଲ୍ଲୀର 70 ସିଟରୁ କଂଗ୍ରେସ ପ୍ରଥମ ଥର ପାଇଁ 52 ସିଟରେ ଜୟଲାଭ କରିଥିଲା। ସମୁଦାୟ ଭୋଟର 48 ପ୍ରତିଶତ ଭୋଟ କଂଗ୍ରେସ ପାଖରେ ରହିଥିଲା। ସେହି ସମୟରେ ବିଜେପିର ମଙ୍ଗ ଧରୁଥିଲେ ସ୍ବର୍ଗତ ସୁଷମା ସ୍ବରାଜ। ଏହାସହ ବିଜେପି 15 ସିଟ କବଜା କରି ସମୁଦାୟ 34 ପ୍ରତିଶତ ଭୋଟ ପାଇଥିଲା।

2003 ରେ ଦିଲ୍ଲୀରେ କଂଗ୍ରେସ ରାଜ

2003 ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣି ଥରେ ବିଜୟୀ ହୋଇଥିଲା ।ଏହି ନିର୍ବାଚନରେ କଂଗ୍ରେସ 47 ସିଟ ଦଖଲ କରିବା ସହ ଶୀଲାଙ୍କ ନେତୃତରେ ସରକାର ଗଠନ ହୋଇଥିଲା। 2003 ଡିସେମ୍ବର ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବମୋଟ 48.13 ପ୍ରତିଶତ ଭୋଟ ପାଇଥିଲା। ଏହାପରେ ବିଜେପି 20ଟି ସିଟ୍ ପାଇବା ସହ 35 ପ୍ରତିଶତ ଭୋଟ କବଜ୍ଜା କରିଥିଲା।

2008 ରେ ଶୀଲାଙ୍କ ହ୍ୟାଟ୍ରିକ

2008 ନିର୍ବାଚନରେ ପୁନର୍ବାର ତୃତୀୟ ଥର ପାଇଁ କଂଗ୍ରେସ ଶୀଲାଙ୍କ ନେତୃତ୍ବରେ ଦିଲ୍ଲୀରେ ସରକାର ଗଠନ କରିଥିଲେ। ଉକ୍ତ ନିର୍ବାଚନରେ କଂଗ୍ରେସ ସର୍ବମୋଟ 43ଟି ସିଟ୍ ପାଇବା ସହ 40 ପ୍ରତିଶତ ଭୋଟ ହାତେଇଥିଲା।

2013ରେ କଂଗ୍ରେସ ବାଜି ପଲଟିଲା

ଏତେ ବର୍ଷର କଂଗ୍ରେସ ଶାସନ ଓ ରାଜନୀତିର ଖେଳ 2013ରେ ସମ୍ପୂର୍ଣ୍ଣ ପଲଟି ଯାଇଥିଲା। ଏହାସହ କଂଗ୍ରେସର ଗାଦିକୁ ଆପ୍ ମାଡି ବସିଥିଲା। ସେ ସମୟରେ ଆନ୍ନାଙ୍କ ହାୱା ଓ ଲୋକପାଳ ବିଲର ପ୍ରଚଳନ ନେଇ ଦିଲ୍ଲୀର ରାଜନୀତି ମାହୋଲ ଓ ଦିଲ୍ଲୀବାସୀଙ୍କ ଦିଲର ହାଲଚାଲକୁ ବଦଳେଇ ଦେଇଥିଲା। 2013 ନିର୍ବାଚନରେ ବିଜେପିକୁ 31 ସିଟ୍, ଆମ ଆଦମୀ ପାର୍ଟିକୁ 28 ଓ କଂଗ୍ରେସକୁ 8ଟି ସିଟ୍ ମିଳିଥିଲା। ବିଜେପିକୁ ସମୁଦାୟ 33 ପ୍ରତିଶତ ଭୋଟ, ଆପ୍‌କୁ 29 ପ୍ରତିଶତ ଓ କଂଗ୍ରେସକୁ ସର୍ବମୋଟ 24 ପ୍ରତିଶତ ଭୋଟ ମିଳିଥିଲା। ଯାହାଫଳରେ ବିଜେପିକୁ ଗାଦିରୁ ଦୂରେଇ ରଖିବାପାଇଁ କଂଗ୍ରେସ ଆପ୍ ସହ ହାତ ମିଶାଇଥିଲା। ଶେଷରେ ଗାଦିରେ ବସିଥିଲା ଆପ୍। ହେଲେ 49 ଦିନ ପରେ ସରକାର ଭାଙ୍ଗିବା ସହ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା।

2015ରେ କଂଗ୍ରେସ ଜିରୋ ଆପ ହିରୋ

ଏହି ବର୍ଷ କଂଗ୍ରେସ ପାଇଁ ଏକ ଲଜ୍ଜ୍ୟାଜନକ ବର୍ଷ ଥିଲା । ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ବିଶେଷ ଭଲ ନଥିଲା । ଏହି ସମୟରେ ବିଜେପି 3ଟି ସିଟ୍ ଓ କଂଗ୍ରେସ ଖାତା ଖୋଲି ପାରିନଥିଲା । କେଜ୍ରିୱାଲ ସରକାର 70 ସିଟରୁ 67 ସିଟରେ ବିଜୟୀ ହୋଇଥିଲେ ।

2020ରେ ପୁଣି କଂଗ୍ରେସ ଜିରୋ

ଶାହୀନବାଗ୍‌ ଘଟଣା,ଏନଆରସି ଓ ସିଏଏକୁ ନେଇ ଦେଶରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ସାଧାରଣ ଜନତା ଓ ଦିଲ୍ଲୀବାସୀଙ୍କ ଉପରେ କିଛି ବି ପ୍ରଭାବ ପକାଇବ ବୋଲି ଆଶା ରହିଥିଲା। ହେଲେ ଏଥର ବି କଂଗ୍ରେସ ପରାଜୟର ସ୍ବାଦ ଚାଖି ଜିରୋରେ ଚୁପ୍ ବସିଛି।

Last Updated : Feb 12, 2020, 4:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.