ଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବମ୍ଫର ବିଜୟ ପରେ ସବୁଠୁ ଛୁଟୁଛି ଶୁଭେଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟର ଜରିଆରେ କେଜ୍ରିୱାଲଙ୍କୁ ଜଣାଇଛନ୍ତି ଶୁଭେଛା । ଦିଲ୍ଲୀବାସୀଙ୍କ ଆକାକ୍ଷାଂକୁ ପୂରଣ କରିଥିବାରୁ ଅରବିନ୍ଦଙ୍କୁ ଢେର ସାରା ଅଭିନନ୍ଦନ ବୋଲି ଉଲ୍ଲେଖ କରିଛନ୍ତି ମୋଦି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସରକାରର ସଫଳ କାମନା କରିବା ସହ ଶୁଭେଛା ଜଣାଇଛନ୍ତି । କେଜ୍ରିୱାଲ ଦିଲ୍ଲୀରେ ଯେପରି ହ୍ୟାଟ୍ରିକ କରିଛନ୍ତି ତାହା ନିହାତି ପକ୍ଷେ ଏକ ରେକର୍ଡ ବୋଲି କହିଛନ୍ତି ନବୀନ ।
ସମୁଦାୟ 70 ଆସନ ମଧ୍ୟରୁ ଆପ 62ଟି ଆସନରେ ବିଜୟ ଲାଭ କରିଛି । ବିଜେପିର ଦୃଢ ରଣନୀତି ସତ୍ତ୍ୱେ କେଜ୍ରିୱାଲଙ୍କ କ୍ରେଜ ପୂର୍ବପରି ବଳବତ୍ତର ରହିଥିବା ସ୍ପଷ୍ଟ କରିଛି ନିର୍ବାଚନ ଫଳାଫଳ ।