ETV Bharat / bharat

ମସ୍କୋ ଯିବା ପୂର୍ବରୁ ଇରାନ ଗସ୍ତ କରିପାରନ୍ତି ଜୟଶଙ୍କର - ଜୟଶଙ୍କର 4 ଦିନିଆ ରୁଷିଆ ଗସ୍ତ କାର୍ଯ୍ୟକ୍ରମ

ରୁଷିଆକୁ ଚାରି ଦିନିଆ ଗସ୍ତ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇରାନ ଗସ୍ତ କରିବାର ସମ୍ଭାବନା ରହିଛି । ଯେଉଁଠାରେ ସୀମା ବିବାଦ ମଧ୍ୟରେ ସେ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।ଅଧିକ ପଢନ୍ତୁ...

ମସ୍କୋ ଅଭିମୁଖେ ଯିବା ପୂର୍ବରୁ ଇରାନ ଗସ୍ତ କରିପାରନ୍ତି ଜୟଶଙ୍କର

author img

By

Published : Sep 8, 2020, 11:38 AM IST

ନୂଆଦିଲ୍ଲୀ : ଆଜି ରୁଷ ଅଭିମୁଖେ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ମସ୍କୋରେ ଠାରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ) କାର୍ଯ୍ୟକ୍ରମରେ ଦେବେ ଯୋଗ । ରୁଷିଆକୁ 4 ଦିନିଆ ଗସ୍ତ ପୂର୍ବରୁ ଜୟଶଙ୍କର ଇରାନର ତେହରାନରେ ଗସ୍ତ କରିପାରନ୍ତି । ସେଠାରେ ସେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଭଙ୍କ ସାକ୍ଷାତ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଏହାପୂର୍ବରୁ ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମସ୍କୋରେ ସିଏସ୍ଏସ୍, ଏସସିଓ ଏବଂ ସାମୂହିକ ସୁରକ୍ଷା ଚୁକ୍ତି ସଂଗଠନ (ସିଏସ୍ଟିଓ) ର ମିଳିତ ବୈଠକରେ ଯୋଗ ଦେଇଥିଲେ। ଏହି ସମୟରେ ଭାରତରୁ ଅନୁରୋଧ ରକ୍ଷା କରି ରୁଷ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଚାଲାଣ ନ କରିବା ନୀତି ଜାରି ରଖିବ ବୋଲି ପ୍ରତିଶୃତି ଦେଇଛି । ଏହା ଭାରତ ପାଇଁ ଏକ ବଡ କୂଟନୈତିକ ବିଜୟ ବୋଲି କୁହାଯାଉଛି । ଗତକାଲି ସନ୍ଧ୍ୟାରେ ମସ୍କୋରେ ତାଙ୍କ ପ୍ରତିପକ୍ଷ ଜେନ ସର୍ଗି ଶୋଏଗୁଙ୍କ ସହ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାକ୍ଷାତ ବେଳେ ଅନୁରୋଧ କରିଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ମିଳିତ ବୈଠକରେ ଯୋଗଦେବା ସହ ରୁଷର 75 ତମ ବିଜୟ ଦିବସର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସିଂ ତିନି ଦିନିଆ ରୁଷ ଗସ୍ତରେ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.