ETV Bharat / bharat

ନିର୍ବାଚନ ପାଇଁ ସଜବାଜ କାଶ୍ମୀର, ପିଡିପି ଗଡରେ ଏନସିର ରଣହୁଙ୍କାର

ନିର୍ବାଚନ ପାଇଁ ସଜବାଜ ହେଲାଣି ଜମ୍ମୁ-କାଶ୍ମୀର । ଆଉ ପ୍ରଚାର ଅଭିଯାନ ଆରମ୍ଭ କଲେଣି ନ୍ୟାଶନାଲ କନଫ୍ରେନ୍ସ (ଏନସି) ଏବଂ ପିଡିପି ।

author img

By

Published : Mar 18, 2019, 11:34 PM IST

ଡିଜାଇନ ଫଟୋ

ଶ୍ରୀନଗର: ଆଉ କିଛି ଦିନ ପରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ସରକାର ଗଠନ ଲକ୍ଷ୍ୟରେ ରାଜନେତା ଓ ରାଜନୈତିକ ଦଳ ବି ପ୍ରସ୍ତୁତ । ସେପଟେ ନିର୍ବାଚନ ପାଇଁ ସଜବାଜ ହେଲାଣି ଜମ୍ମୁ-କାଶ୍ମୀର । ଆଉ ପ୍ରଚାର ଅଭିଯାନ ଆରମ୍ଭ କଲେଣି ନ୍ୟାଶନାଲ କନଫ୍ରେନ୍ସ (ଏନସି) ଏବଂ ପିଡିପି ।

ଇତିମଧ୍ୟରେ ପୂର୍ବତନ ଆଇଏଏସ ଅଧିକାରୀ ଶାହ ଫୈଜଲ ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ (ଜେକେପିଏମ) ନାମକ ଦଳ ଘୋଷଣା କରି ରାଜନୀତିରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ପିଡିପିର ଗଡ଼ କୁହାଯାଉଥିବା ଦକ୍ଷିଣ କାଶ୍ମୀରରେ ନିର୍ବାଚନ ଅଭିଯାନ ଆରମ୍ଭ କରିଛନ୍ତି ନ୍ୟାଶନାଲ କନଫ୍ରେନ୍ସର ଉପାଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା । ସେଠାରେ ସେ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି । ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳ ଅନନ୍ତନାଗ ଜିଲ୍ଲାର ଖାନାବଲରେ ମଧ୍ୟ ରାଲି କରିଛି ନ୍ୟାଶନାଲ କନଫ୍ରେନ୍ସ ।

ଦିନ ଥିଲା ଦକ୍ଷିଣ କାଶ୍ମୀରରେ ନ୍ୟାଶନାଲ କନଫ୍ରେନ୍ସର ପ୍ରଭାବ ଥିଲା । କିନ୍ତୁ ଦୁଇ ଦଶନ୍ଦି ହେବ ଏହା ପିଡିପିର ଗଡ଼ ଭାବେ ପରିଚିତ । ସେହିପରି ପିଡିପି ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବ୍ବୁବା ମୁଫ୍ତି ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏଠାରେ ପିଡିପି ଗତ 5 ବର୍ଷ ଧରି ନିଜର ଆସନ ବଜାୟ ରଖିଛି । ସୂଚନାଥାଉକି, କଶ୍ମୀର ଘାଟିରେ 1990 ମସିହାରୁ ଆତଙ୍କବାଦୀଙ୍କ ପ୍ରଭାବ ଥିବାରୁ ଲୋକସଭା ନିର୍ବାଚନରେ ମତଦାନର ପ୍ରତିଶତ ଲଗାତାର ହ୍ରାସ ପାଇବାରେ ଲାଗିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.