ETV Bharat / bharat

'ଗଡସେଙ୍କୁ ଦେଶଭକ୍ତ କହିବା ଭାବନା ଅତ୍ୟନ୍ତ ନିନ୍ଦନୀୟ'

ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ଭାବନା ଅତ୍ୟନ୍ତ ନିନ୍ଦନୀୟ ।  ଗଡସେଙ୍କୁ ଦେଶଭକ୍ତ ମାନିବାର ଚିନ୍ତାଧାରାକୁ ବିଜେପି ନିନ୍ଦା କରୁଛି ବୋଲି ଲୋକସଭାରେ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

author img

By

Published : Nov 28, 2019, 1:15 PM IST

Rajnath-Singh
ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞାଙ୍କ ଗଡସେ ବୟାନକୁ ନେଇ ଗୁରୁବାର ମଧ୍ୟ ଲୋକସଭାରେ ହୋହଲ୍ଲା କରିଛନ୍ତି ବିରୋଧୀ ଦଳ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସଦନରେ ଏହି ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି, ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ଭାବନା ଅତ୍ୟନ୍ତ ନିନ୍ଦନୀୟ । ଗଡସେଙ୍କୁ ଦେଶଭକ୍ତ ମାନିବାର ଚିନ୍ତାଧାରାକୁ ବିଜେପି ନିନ୍ଦା କରୁଛି । ମହାତ୍ମା ଗାନ୍ଧୀ ପୂର୍ବରୁ ବି ଆମ ମାର୍ଗଦର୍ଶକ ଥିଲେ ଆଉ ଏବେ ମଧ୍ୟ ଅଛନ୍ତି । ତାଙ୍କ ବିଚାର ପୂର୍ବରୁ ବି ପ୍ରାସଙ୍ଗିକ ଥିଲା ଆଉ ଆଜି ମଧ୍ୟ ପ୍ରାସଙ୍ଗିକ ଅଛି ବୋଲି ରାଜନାଥ କହିଛନ୍ତି ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ତେବେ ଏହି ସମୟରେ ଲୋକସଭାରେ ଜୋରଦାର ହଙ୍ଗାମା କରିବା ସହ ବିରୋଧୀ ଦଳର ସମସ୍ତ ସାଂସଦ ଗୃହ ପରିତ୍ୟାଗ କରିଥିଲେ । ସେପଟେ ପ୍ରଜ୍ଞାଙ୍କ ବୟାନକୁ ରେକର୍ଡରୁ ହଟା ଯାଇଛି ତେଣୁ ଏନେଇ ଆଲୋଚନା କରିବା ବ୍ୟର୍ଥ ବୋଲି ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ସେମାନଙ୍କୁ ବୁଝାଇଥିଲେ ।

ସୂଚନାଯୋଗ୍ୟ ଯେ, ବୁଧବାର ଲୋକସଭାରେ ପ୍ରଜ୍ଞା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ‘ଦେଶଭକ୍ତ’ କହିଥିଲେ । ଲୋକସଭାରେ ତାଙ୍କର ଏହି ବୟାନ ପରେ ବିପକ୍ଷ କଡା ବିରୋଧ କରିବା ସହ ଗୃହରେ ହଟ୍ଟଗୋଳ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.