ETV Bharat / bharat

ମଧ୍ୟରାତ୍ରରୁ ବନ୍ଦ ଘରୋଇ ବିମାନ ସେବା

author img

By

Published : Mar 24, 2020, 9:52 AM IST

ମଧ୍ୟରାତ୍ରରୁ ଘରୋଇ ବିମାନ ସେବା ବନ୍ଦ । 30 ରାଜ୍ୟ ଲକ ଡାଉନ ଘୋଷଣା ପରେ ବିମାନ ସେବା ମଧ୍ୟ ଆଜି ମଧ୍ୟରାତ୍ରରୁ ବନ୍ଦ କରାଯିବ । ଅଧିକ ପଢନ୍ତୁ...

all domestic flight service will be stop from mid night
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସାରା ଦେଶକୁ ଗ୍ରାସ କରିଥିବା ମହାମାରୀ କେରୋନା ମୁକାବିଲା ଲାଗି ଭାରତ ସରକାର ହୋଇଛନ୍ତି ତତ୍ପର । ଏହି ଭୂତାଣୁ ବ୍ୟାପିବାରୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାାଯାଇଥିଲା ।

ଆଉ ବର୍ତ୍ତମାନ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ବୁଧବାର ଠାରୁ ଦେଶ ଭିତରେ ଯାତ୍ରା କରୁଥିବା ସମସ୍ତ ଘରୋଇ ବିମାନ ଉଡାଣକୁ ମଧ୍ୟ ବନ୍ଦ କରାଯିବ । ଏନେଇ ସୂଚନା ଦେଇଛି ବିମାନ ଚଳାଚଳ ବେସାମରିକ ମନ୍ତ୍ରଣାଳୟ ।

ମଙ୍ଗଳବାର ରାତ୍ର 11.59 ସମୟରୁ ହିଁ ଏହା ଲାଗୁ କରାଯିବ । କେବଳ କାର୍ଗୋ ବିମାନ ଛଡା ଅନ୍ୟ ବିମାନକୁ ଉଡାଣ ପାଇଁ ଅନୁମତି ଦିଆଯିବ ନାହିଁ । ଏହାପୂର୍ବରୁ ରବିବାର ଠାରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ରୋକ ଲଗାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.