ETV Bharat / bharat

ଆଇଏନଏକ୍ସ ମିଡିଆ:ବନ୍ଧାହେଲେ ବାପା-ପୁଅ,କ’ଣ ଥିଲା କାହାଣୀ ? - P chidambaram

ଶେଷରେ ଗିରଫ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି.ଚିଦାମ୍ବରମ । ଘରୁ ଉଠାଇ ନେଇ ଗିରଫ କରିଛି ସିବିଆଇ । ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ବାପା ପୁଅ ଗିରଫ ।

ଫାଇଲ ଫଟୋ
author img

By

Published : Aug 22, 2019, 3:25 AM IST

Updated : Aug 22, 2019, 3:45 AM IST

ନୂଆଦିଲ୍ଲୀ: ଦୀର୍ଘ 30 ଘଣ୍ଟାରୁ ଉର୍ଦ୍ଧ୍ବ ଲୁଚକାଳି ପରେ ଗିରଫ ହେଲେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ । ଗତକିଛି ଦିନ ଧରି ଲାଗି ରହିଥିବା ହାଇଭୋଲଟେଜ ଡ୍ରାମାରେ ଯବନିକା ପଡିଛି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗୁଆ ଜାମିନ ନମିଳିବାରୁ ମଙ୍ଗଳବାର ଠାରୁ ଫେରାର ଥିବା ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ଘରୁ ଉଠାଇ ନେଇ ଗିରଫ କରିଛି ସିବିଆଇ ।

ଗୁରୁବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବା ପୂର୍ବରୁ ତାଙ୍କର ମେଡିକାଲ ପରୀକ୍ଷା କରାଯିବ । ସେପଟେ ଗିରଫଦାରି ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ତେବେ କ'ଣ ଥିଲା ଏହି ଆଇଏନଏକ୍ସ ଦୁର୍ନୀତି ଓ କାହିଁକି ଚିଦାମ୍ବରମକୁ ସିବିଆଇ ଓ ଇଡି ଖୋଜୁଥିଲା ...

ଆଇଏନଏକ୍ସ ବିରୋଧରେ ଚାଲିଥିବା ଟିକସ ତଦନ୍ତ ମାମଲାକୁ କ୍ଷମତାବଳରେ ଅଦଳବଦଳ କରିଥିବାନେଇ ପି.ଚିଦାମ୍ବରମଙ୍କ ପୁଅ କିର୍ତ୍ତୀ ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡର ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରି ଆଇଏନଏକ୍ସ ମିଡିଆ ମରିସସରୁ 300କୋଟି ଟଙ୍କାର ବିଦେଶୀ ପୁଞ୍ଜି ହାତେଇବାର ଅନିୟମିତତା ଅଭିଯୋଗ ହୋଇଥିଲା। ଏଥିରେ ଆଇଏନଏକ୍ସ ମିଡିଆ ତାଙ୍କୁ 10 ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବାବେଳେ ସେହି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ପି.ଚିଦାମ୍ବରମ । ତେବେ ବାପା-ପୁଅ କ୍ଷମତାର ଫାଇଦା ଉଠାଉଥିବାର ଅଭିଯୋଗ ସଙ୍ଗେ କାମ କରାଇ ଦେବାକୁ କିର୍ତ୍ତୀଙ୍କ 10 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାର ଭାଉଚର ସିବିଆଇ ପାଇଥିଲା ।

15 ମେ' 2017 ଚିଦାମ୍ବରମଙ୍କ ପୁଅ କିର୍ତ୍ତୀ ଚିଦାମ୍ବରମଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ଏଫଆଇବି(ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ) ରୁ ଟଙ୍କା ଅନିୟମିତତା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିଥିଲା । ଏହି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ପି.ଚିଦାମ୍ବରମ ।

ଏହା ପରେ 16 ଜୁନ 2017ରେ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ କିର୍ତ୍ତୀଙ୍କୁ ଲୁକଆଉଟ ନୋଟିସ ଜାରି ହୋଇଥିଲା । କିନ୍ତୁ 10 ଅଗଷ୍ଟ 2017ରେ କିର୍ତ୍ତୀଙ୍କ ବିରୋଧରେ ଲୁକଆଉଟ ନୋଟିସରେ ରୋକ ଲଗାଇଥିଲା ମାଦ୍ରାସ ହାଇକୋର୍ଟ ।

ମାଦ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ରହିତାଦେଶ । ଏହା ପରେ 18 ଅଗଷ୍ଟ 2017ରେ ସୁପ୍ରିମକୋର୍ଟ 23 ଅଗଷ୍ଟ ପର୍ଯ୍ୟନ୍ତ ସିବିଆଇ ନିକଟରେ ହାଜର ହେବାକୁ କାର୍ତ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଘଟଣାକୁ ନେଇ ସୁପ୍ରିମକୋର୍ଟରେ ସିବିଆଇର ବଡ ବୟାନ ପରେ କିର୍ତ୍ତୀଙ୍କ ବିଦେଶ ଗସ୍ତରେ ରୋକ ଲାଗିଥିଲା । ବ୍ୟାଙ୍କ ଖାତାରେ ସମସ୍ତ ପ୍ରମାଣକୁ ନଷ୍ଟ କରିଦେବା ନେଇ ବିଦେଶୀ ଗସ୍ତରେ ରୋକ ଲଗାଯାଇଥିଲା ।

9 ଅକ୍ଟୋବର 2017ରେ ପୁଅ କିର୍ତ୍ତୀର ବ୍ରିଟେନରେ ଆଡମିସନ ଲାଗି ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ମାଗିଥିଲେ ପି.ଚଦାମ୍ବରମ । 20 ସେପ୍ଟେମ୍ବରରେ ସବୋର୍ଚ୍ଚ ନ୍ୟାୟଳୟ ଅନୁମତି ପ୍ରଦାନ କରିଥିଲେ । 8 ଡିସେମ୍ବରରେ ଏୟାରସେଲ ମାକ୍ସିସ ଡିଲରେ ସିବିଆଇର ସମନ ବିରୋଧରେ କିର୍ତ୍ତୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ।

ଏହାପରେ 16 ଫେବୃଆରୀ 2018ରେ କିର୍ତ୍ତୀଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ. ଭାସ୍କରମଣକୁ ସିବିଆଇ ଗିରଫ କରିଥିଲା। ବିଦେଶୀରୁ ଫେରିବା ପରେ 28 ପେବୃଆରୀରେ ଚେନ୍ନାଇ ଏାରପୋର୍ଟରୁ କିର୍ତ୍ତୀଙ୍କୁ ଗିରଫ କରିବା ସହ ଦିଲ୍ଲୀ ନିଆଯାଇଥିଲା । 23 ଦିନ ଧରି ଜେଲରେ ରହିବା ପରେ କିର୍ତ୍ତୀଙ୍କୁ 23 ମାର୍ଚ୍ଚରେ ଜାମିନ ମିଳିଥିଲା ।

ଆଉ 25 ଜୁଲାଇରେ ପି.ଚିଦାମ୍ବରମଙ୍କୁ ଗିରଫଦାରିରୁ ବଞ୍ଚିବା ନେଇ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଥିଲା ।

Intro:Body:

KAMI NANI

Conclusion:
Last Updated : Aug 22, 2019, 3:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.